ଜୀବନଚର୍ଯ୍ୟା

ଗଣେଶଙ୍କ ଏହି ନାମକୁ ଜପ କରନ୍ତୁ, ବ୍ୟବସାୟ ଓ ଘରେ ଉନ୍ନତି ଆସିବ

ପୌରାଣିକ ମାନ୍ୟତା ଅନୁସାରେ ସପ୍ତାହର ୭ଟି ଦିନକୁ ଅଲଗା ଅଲଗା ମହତ୍ୱ ଦିଆ ଯାଇଛି l ପ୍ରତେକ ଦିନର ଏକ ବିଶେଷ ମହତ୍ୱ ରହିଛି ଓ ଯେହେତୁ ଆମର ହିନ୍ଦୁ ଧର୍ମ ବିଭିନ୍ନ ଗ୍ରହ ନକ୍ଷତ୍ରଙ୍କୁ ନେଇ ପରିଚାଳିତ ସେଥିପାଇଁ ଗ୍ରହ ନକ୍ଷେତ୍ରଙ୍କର ମଧ୍ୟ ବିଶେଷ ପୂଜା ବିଧି ରହିଛି

ବୁଧବାର ଦିନଟି ଆମ ହିନ୍ଦୁ ଧର୍ମରେ ଥିବା ନବଗ୍ରହଙ୍କର ରାଜା କୁମାର ବୁଦ୍ଧଙ୍କର ବୋଲି ଗ୍ରହଣ କରାଯାଏ l ବୁଦ୍ଧ ଗ୍ରହ ବ୍ୟବସାୟ ବାଣିଜ୍ୟର କର୍ତ୍ତା ଅଟନ୍ତି ଓ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସେ ସନ୍ତୁଷ୍ଟ ହୋଇଥାନ୍ତି l ଏହି ବିଶେଷ କାରଣରୁ ବ୍ୟବସାୟ ବାଣିଜ୍ୟରେ ଉନ୍ନତି ସହିତ ଘରର ଉନ୍ନତି ପାଇଁ ଗଣେଶଙ୍କୁ ପୂଜା କରିବା ଆବଶ୍ୟକ l ବୁଧବାର ଦିନ ମଙ୍ଗଳ ମୂର୍ତି ଗଣେଶଙ୍କୁ ପୂଜା କରିବା ଦ୍ୱାରା ଫଳପ୍ରଦ ହୋଇଥାଏ lଗଣେଶଙ୍କୁ ପ୍ରସନ କରିବା ପାଇଁ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି ,ଯାହା ଆମେ ବୁଧବାର ଦିନ ଆମେ ପାଳନ କରିବା ବଶ୍ୟକ l ସେହିଦିନ ସକାଳୁ ଗାଧୋଇ ଗଣେଶଙ୍କୁ ନିଜ ମନରେ ସ୍ମରଣ କରି ଘରର ଉତର ଦିଗରେ କିମ୍ବା ଆପଣଙ୍କ ବ୍ୟବସାୟ ପ୍ରତିଷ୍ଠାନର ଉତର ଦିଗରେ ସ୍ଥାପନ କରନ୍ତୁ l ମାନେ ରଖନ୍ତୁ ଗଣେଶଙ୍କୁ ସବୁବେଳେ ନାଲି କପଡ଼ାରେ ସ୍ଥାପନ କରିବେ l ବୁଦ୍ଧ ଗ୍ରହଙ୍କ ନାମରେ ଗୋଟିଏ ଗୁଆରେ ସିନ୍ଦୁର ଚନ୍ଦନ ଲଗାଇ ଗଣେଶଙ୍କ ପାଖରେ ସମର୍ପଣ କରନ୍ତୁ l ଏହି ଦିନ ଆପଣ ନାଲି ଫୁଲ ,ସିନ୍ଦୁର ଓ ଚନ୍ଦନ ସାହାଯ୍ୟରେ ଗଣେଶଙ୍କୁ ପୂଜା କରିବେ l ତା ପରେ ଆପଣ ଯାହାବି ପ୍ରସାଦ ଲଗାନ୍ତୁ କିନ୍ତୁ ଶ୍ରୀ ଫଳ ଟିଏ ତାଙ୍କ ନିକଟରେ ସମର୍ପଣ କରିବା ନିହାତି ଆବଶ୍ୟକ ଅଟେ l

ଶ୍ରୀ ଫଳଟି ସମର୍ପଣ କଲା ପରେ ଏହାକୁ ଯେପରି ପ୍ରସାଦ ଭାବରେ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟିବେ l କାରଣ ବୁଦ୍ଧ ଗ୍ରହ ଶ୍ରୀ ଫଳ ବାଣ୍ଟିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ କରିଥାନ୍ତି l ଗଣେଶ ଖୁବ ସରଳତାର ସହିତ ଭକ୍ତର ସ୍ନେହରେ ବାନ୍ଧି ହେବାକୁ ଚାହିଁ ଥାନ୍ତି l ସେହିଭଳି ବୁଦ୍ଧ ଗ୍ରହ ମଧ୍ୟ ତାଙ୍କ ଭକ୍ତ ମାନଙ୍କୁ ଉଦ୍ଧାର କରିବା ପାଇଁ ସବୁବେଳେ ସଜାଗ ଥାନ୍ତି l ବୁଧବାର ଦିନ ଗଣେଶଙ୍କ ନାମକୁ ୧୦୮ ଥର ଜପ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ l ନାରଦ ପୁରାଣ ଅନୁସାରେ ଭଗବାନ ଗଣେଶଙ୍କର ୧୨ ଟି ନାମ ହେଲା ସୁମୁଖ ,ଏକଦନ୍ତ ,କପିଳ ,ଲମ୍ବୋଦର ,ବିକଟ ,ବିଘ୍ନନାଶ ,ବିନାୟକ ,ଧୂମକେତୁ ,ଗଣାଦ୍ଧକ୍ୟ ,ଭାଲଚନ୍ଦ୍ର ,ଗଜାନନ ଓ ଗଜକର୍ଣକ ଅଟେ l ଏହି ୧୨ ଟି ନାମ ମଧ୍ୟରୁ ଯେ କୌଣସି ଗୋଟିଏ ନାମକୁ ବୁଧବାର ଦିନ ଜପ କଲେ ବୁଦ୍ଧ ଗ୍ରହଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l

Show More

Related Articles

Back to top button