ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ମଟର ଖାଇବା ଦ୍ୱାରା ମିଳିଥାଏ ନାନା ଫାଇଦା

ଆସନ୍ତୁ ପଢିବା ସେ ବିଷୟରେ-

ଶୀତଋତୁରେ ମଟରର ସ୍ୱାଦ ବଢ଼ିଯାଇଥାଏ l ଏହା ଗୋଟିଏ ଶୀତ ଦିନିଆ ଫସଲ ହୋଇଥିବା କାରଣରୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି l ମଟର ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ଅଟେ ,ଯେପରି କି ଭିଟାମିନ-ଏ ,ବି-୧ ,ବି-୬ ,ସି ଓ କେ ରହିଥାଏ l ସେଥିପାଇଁ ମଟରକୁ ଭିଟାମିନର ପାୱାର ହାଉସ କୁହାଯାଏ l ମଟରରେ କ୍ୟାଲୋରୀ ବହୁତ କମ ପରିମାଣରେ ମିଳିଥାଏ ଓ ଫାଇବର ,ପ୍ରୋଟିନ ,ମାଙ୍ଗାନିଜ ,ଆଇରନ ଓ ଫୋଲଡ ଭରପୁର ମାତ୍ରାରେ ରହିଛି l ଆସନ୍ତୁ ଆଜି ଜାଣିବା ସ୍ୱାସ୍ଥ୍ୟକର ମଟର ବିଷୟରେ କିଛି ରହସ୍ୟ l

* ପାଚନ ତନ୍ତ୍ର ପାଇଁ ହିତକର -ଫାଇବରରେ ଭରପୁର ରହିଥିବା ମଟରର ପାଚନ ତନ୍ତ୍ର ପାଇଁ ଅତ୍ୟନ୍ତ ହିତକର ଅଟେ l ଏହା ଶରୀରରେ ଭଲ ବ୍ୟାକ୍ଟେରିଆକୁ ବଢ଼ାଇଥାଏ ,ଯାହା ଦ୍ୱାରା ଆମର ଅନ୍ତନଳୀ ଠିକ ଭାବରେ କାମ କରିଥାଏ l ମଟର ଖାଇବା ଦ୍ୱାରା ପେଟ ସମସ୍ୟା ଦେଖା ଦିଅ ନାହିଁ l ତାସାହିତ କୋଷ୍ଠକାଠିନ୍ୟ ଓ ବଦହଜମି ସମସ୍ୟା ମଧ୍ୟ ଦୁରେଇ ଯାଇଥାଏ l

* ମଧୁମେହ ପାଇଁ ଲାଭ ଦାୟକ – ମଟରରେ ଗ୍ଲିସେମିକ ଇଣ୍ଡେକ୍ସ କମ ପରିମାଣରେ ରହିଥାଏ ,ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ l ମଟରରେ ରହିଥିବା ପ୍ରୋଟିନ ଓ ଫାଇବର ରକ୍ତ ଶର୍କରାକୁ ବଢିବାକୁ ଦିଅ ନାହିଁ l ମଟରରେ ଭିଟାମିନ-ଏ ,ବି, ସି ଓ କେ ରହିଥିବା ହେତୁ ମଧୁମେହରା ବିପଦକୁ ଦୁରେଇ ଥାଏ l

* ହାଡ ପାଇଁ ଜରୁରୀ -ମଝବୁତ ହାଡ ପାଇଁ ଭିଟାମିନ-କେ ସେବନ କରିବା ନିହାତି ଆବଶ୍ୟକ ଅଟେ l ଭିଟାମିନ-କେ ଶରୀରକୁ ଅଷ୍ଟିଓ ପୋରସିସ ସମସ୍ୟାରୁ ରକ୍ଷା କରିଥାଏ l ସିଝା ହୋଇଥିବା ଗୋଟିଏ କପ ସବୁଜ ମଟରରେ ଭିଟାମିନ-କେ ୪୬ ପ୍ରତିଶତ ରହିଥାଏ ଯାହା ହାଡ଼କୁ ମଝବୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

* ଓଜନ କମାଇବା ପାଇଁ ସହାୟକ -ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଖାଦ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେ ମଟର ଖାଇବା ଦ୍ୱାରା ସବୁଠୁ ଭଲରେ ଓଜନ ହ୍ରାସ ହୋଇଥାଏ l ପ୍ରୋଟିନ ଓଜନ ହ୍ରାସ କରିବା ସହିତ ଫାଇବର ଭୋକ ଲାଗିବାକୁ ଦିଅ ନାହିଁ l ଏହି ଦୁଇଟି ଜିନିଷ ମଟରରେ ଭରପୁର ମାତ୍ରାରେ ଥିବା କାରଣରୁ ଓଜନକୁ ନିୟନ୍ତ୍ରଣ କରିଥାଏ l

* ତ୍ୱଚା ପାଇଁ ମଟର ହିତକର-ମଟରରେ ଥିବା ଭିଟାମିନ-ସି କୋଲେଜନ ଉତ୍ପାଦନ କରିବାରେ ମାଛଟିପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଏହା ଦ୍ୱାରା ତ୍ୱଚା ଦାଗ ହୀନ ଓ ଚମକ ଯୁକ୍ତ ଦେଖାଯାଏ l କଞ୍ଚା ସବୁଜ ମଟରରେ ଫ୍ଲେବନଏଡ଼ ଥିବା ହେତୁ ଚର୍ମରେ କୁଞ୍ଚନ ଆସିବାକୁ ଦିଏ ନାହିଁ l ତେଣୁ ଏହି କାରଣରୁ ମଟର ଖାଇବା ଆବଶ୍ୟକ l

Show More

Related Articles

Back to top button