ଓଡ଼ିଶାମନୋରଞ୍ଜନସ୍ୱତନ୍ତ୍ର

ରାଜ୍ୟ ବାହାରେ ପରିଚୟ ସୃଷ୍ଟି କରିବ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’,ଏହି ସ୍ଥାନରେ ହେବ ରିଲିଜି

ବଦଳିବାରେ ଲାଗିଛି ଓଡିଆ ଚଳଚ୍ଚିତ୍ରର ରୂପରେଖ । ଦମନ ପରେ ପ୍ରତୀକ୍ଷା ଏବେ ଦର୍ଶକଙ୍କ ହୃଦୟ ଛୁଇଁବା ସହ ନିଜ ଦବଦବା ଦେଖାଉଛି । ଫଳରେ ଏହା ଆଜି ଓଡିଶା ବାହାରେ ରିଲିଜ ହେବାକୁ ଯାଉଛି । ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଓଡିଶା ପାଇଁ ଏହା ନିଶ୍ଚୟ ଗର୍ବ ଓ ଗୌରବର ବିଷୟ । ଏଥି ସହିତ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁଣି ପୁନରୁଦ୍ଧାର ହୋଇପାରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ ଏହି ପ୍ରତୀକ୍ଷା ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଯେଉଁଥିରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି । ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । ହଲରେ ଦର୍ଶକେ ଏହି ଫିଲ୍ମକୁ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି । ଏକ ବାସ୍ତବଧର୍ମୀ ଫିଲ୍ମ ଲୋକଙ୍କ ମନକୁ ଛୁଇଁପାରିବ ବୋଲି ବର୍ତ୍ତମାନ ମତ ପ୍ରକାଶ ପାଇଛି ।

ଏହି ଫିଲ୍ମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଜି ଠାରୁ ଏହାକୁ ଓଡିଶା ବାହାରେ ହଲ ମାନଙ୍କରେ ପ୍ରଦର୍ଶୀତ କରାଯାଉଛି । ବେଙ୍ଗାଲୁର,ପୁଣେ ଓ ମୁମ୍ବାଇ ପରି ବଡ ବଡ ସହରରେ ଏହା ରିଲିଜ୍ ହେବ । ଏଥିସହିତ ଏହାର ହିନ୍ଦି ରିମେକ ହେବ ବୋଲି ମଧ୍ୟ ସୂଚନା ରହିଛି । ତେବେ ଏହି ଚଳଚ୍ଚିତ୍ରରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ପୂର୍ବରୁ ସେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ରେ ମଧ୍ୟ ନଜର ଆସିଥିଲେ ।

 

Show More

Related Articles

Back to top button