ଦେଶବ୍ୟକ୍ତିତ୍ୱରାଜନୀତିସ୍ୱତନ୍ତ୍ର

ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ,ଶୁଭେଚ୍ଛା ସହ ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ

ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କର ୭୬ ତମ ଜନ୍ମ ଦିନ । ଏହି ଅବସରରେ ଦଳର ବରିଷ୍ଠ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ତେବେ ସେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି ।’

ଅନ୍ୟପଟେ ସୋନିଆ ଗାନ୍ଧି ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି । ଗୁରୁବାର ରାଜସ୍ଥାନରେ ପହଞ୍ଚିଛି କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା । ତେଣୁ ସୋନିଆ ଗାନ୍ଧି ଜନ୍ମଦିନ ପାଳନ ପାଇଁ ଜୟପୁରରେ ପହଞ୍ଚିଥିବାସୂଚନା ମିଳିଛି । ଗୁରୁବାର ଅପରାହ୍ନରେ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ହେଲିକପ୍ଟରରେ ସାୱାଇ ମାଧୋପୁର ଅଭିମୁଖେ ଯାତ୍ରା କରିଥିଲେ। ସେ ରଣ୍ଟାମ୍ଭୋରର ଶେରବାଗ ହୋଟେଲରେ ଅଛନ୍ତି। ଯେଉଁଠାରେ ଆଜି ତାଙ୍କ ଜନ୍ମଦିନ ପାଳନ କରାଯିବ ବୋଲି ଦଳର ନେତାମାନେ କହିଛନ୍ତି। କଂଗ୍ରେସରେ ସର୍ବାଧିକ ସମୟ ଧରି ଅଧ୍ୟକ୍ଷ ରହିବାରେ ରେକର୍ଡ଼ କରିଥିବା ସୋନିଆ ୧୯୪୬ ଡିସେମ୍ବର ୯ରେ ଇଟାଲିର ଟୟରିନ୍‌ରେ ଜନ୍ମ ଗ୍ରହଣ କରିଥିଲେ। ୧୮ ବର୍ଷ ବୟସରେ ୧୯୬୫ରେ ରାଜୀବ ଗାନ୍ଧିଙ୍କ ସହ ସୋନିଆଙ୍କର ସାକ୍ଷାତ ହୋଇଥିଲା। ୯୬୮ରେ ରାଜୀବ-ସୋନିଆଙ୍କ ବିବାହ ହୋଇଥିଲା। ସୋନିଆ ଗାନ୍ଧି ୧୯୯୭ରେ କଂଗ୍ରେସ ଦଳ ସହ ଯୋଡ଼ି ହୋଇଥିଲେ।

 

Show More

Related Articles

Back to top button