ଓଡ଼ିଶା

ଏଣିକି ବିଦେଶୀ କୁକୁର ପାଳନ ନିମନ୍ତେ ରାଜଧାନୀବାସୀଙ୍କ ପାଇଁ ଜାରି ହେବ ମାର୍ଗଦର୍ଶିକା

ଇନଫୋସିଟି ଅଞ୍ଚଳରେ କୁକୁର କାମୁଡା ବିବାଦ ପରେ ତତ୍ପର ହୋଇ ଉଠିଛି ବିଏମସି । ଏଣିକି ବିଦେଶୀ କୁକୁର ପାଳନ ନିମନ୍ତେ ରାଜଧାନୀବାସୀଙ୍କ ପାଇଁ ଜାରି ହେବ ମାର୍ଗଦର୍ଶିକା । କେବଳ ୬ ପ୍ରଜାତିର ବିଦେଶି କୁକୁର ପାଳନ ପାଇଁ ଦିଆଯିବ ଅନୁମତି ।

ସୂଚନା ଅନୁୟାୟୀ,ଅନ୍ୟ ରାଜ୍ୟ ଓ ଦେଶ ଗୁଡିକରେ ବ୍ୟାନ୍‌ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ବିଦେଶୀ କୁକୁର ପାଳିବା ପାଇଁ ବିଏମସି ନିକଟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ପଡିବ। କୁକୁର ପାଳିବାକୁ ଇଚ୍ଛୁକ ବ୍ୟକ୍ତି ପ୍ରଥମେ ବିଏମସି ନିକଟରେ ପଞ୍ଜିକରଣ କରିବେ ।

ଆନିମଲ ୱେଲ ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ ଓ କୋଚି ଭଳି ଅନେକ ସହରରେ ପୋଷା ପଶୁ ମାର୍ଗଦର୍ଶିକା ରହିଛି । ଏହି ଆଧାରରେ ବିଏମସି ମଧ୍ୟ ମାର୍ଗଦର୍ଶିକା ଆଣିବାକୁ ଯୋଜନା ରଖିଛି । ନୂଆ ମାର୍ଗଦର୍ଶିକାରେ କୁକୁରଙ୍କ ପଞ୍ଜିକରଣ ବଧ୍ୟତାମୂଳକ କରାଯିବା ସହିତ କୁକୁରଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବେ । ଏହାସହିତ ବିଏମସି ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ଘୋଷଣା ହେବ ।

Show More

Related Articles

Back to top button