ବାଣିଜ୍ୟ

୧ ଅକ୍ଟୋବରରୁ ବଦଳିଯିବ ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟର ପଦ୍ଧତୀ

ଏବେ ବିନା SMSରେ କଟିବନି ପଇସା

ଆଗାମୀ ମାସରୁ ଅଟୋ ଡେବିଟ୍ ପେମେଣ୍ଟ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ ତାରିଖରୁ ଦେଶରେ ଅଟୋ ଡେବିଟ୍ ପେମେଣ୍ଟ ବ୍ୟବସ୍ଥା ଲାଗୁ ହୋଇଯାଇପାରେ। ଏହି ନିୟମ ଅନୁସାରେ ବ୍ୟାଙ୍କ ଓ ପେ-ଟିଏମ, ଫୋନ ପେ ଭଳି ଡିଜିଟାଲ ପ୍ଲାଟଫର୍ମଙ୍କୁ କିସ୍ତି ଅଥବା ବିଲ ବାବଦ ଅର୍ଥ କାଟିବା ପୂର୍ବରୁ ପ୍ରତ୍ୟେକ ଥର ଅନୁମତି ନେବାକୁ ପଡିବ। ଏଣୁ ଏଭଳି ସଂସ୍ଥାମାନେ ପୂର୍ବ ଭଳି ଥରେ କାଟି ନେବା ପରେ ବାରମ୍ବାର ଯେପରି ନ କଟେ ସେଥିଲାଗି ସିଷ୍ଟମରେ ପରିବର୍ତ୍ତନ ଆଣିବେ।

ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୂର୍ବରୁ ମଧ୍ୟ ସୂଚିତ କରିସାରିଛନ୍ତି। ଡେବିଟ, କ୍ରେଡିଟ, ୟୁନିଫାଏଡ ପେମେଣ୍ଟସ୍ ଇଣ୍ଟରଫେସ (ୟୁପିଆଇ) ଅଥବା ଅନ୍ୟ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଉପଯୋଗ କରୁଥିବା ରେକରିଂ ଟ୍ରାଞ୍ଜାକ୍ସନ ଲାଗି ଅତିରିକ୍ତ ଫେକ୍ଟର ଅଥେଣ୍ଟିକେସନ (ଏଏଫଏ)ର ଆବଶ୍ୟକତା ହେବ ବୋଲି ଆରବିଆଇ କହିଥିଲେ।

ସେହି ଅନୁସାରେ ଏବେ ନୂଆ ନିୟମ ଲାଗୁ ହେବା ପରେ ପେମେଣ୍ଟ ଡ୍ୟୁ ଡେଟର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲରେ ନୋଟିଫିକେସନ ପଠାଇବାକୁ ପଡିବ।ସେହିପରି ପେମେଣ୍ଟର ୨୪ ଘଣ୍ଟା ପୂର୍ବରୁ ସେମାନେ ରିମାଇଣ୍ଡର ମଧ୍ୟ ଦେବେ। ଏହି ରିମାଇଣ୍ଡରରେ ଦେୟ ତାରିଖ ସମେତ ଦେୟ ରାଶିର ପରିମାଣ ଆଦି ମଧ୍ୟ ରହିବ। ଯେଉଁଥିରେ ସେମାନେ ଅପ୍ଟ ଆଉଟ୍ ଅଥବା ପାର୍ଟ ପେର ବିକଳ୍ପ ବି ରଖିବେ। ୩୦ ସେପ୍ଟେମ୍ବର ପରେ ଓ ୧ ଅକ୍ଟୋବରରୁ ସାରା ଦେଶରେ ଏହି ନିୟମ ଲାଗୁ ହୋଇଯିବ। ଏହା ଛଡା ବ୍ୟବସ୍ଥାରେ ୫ ହଜାର ଟଙ୍କାରୁ ଅଧିକ ଦେୟ କ୍ଷେତ୍ରରେ ଓଟିପି ବ୍ୟବସ୍ଥା ମଧ୍ୟ ରହିବ।

ଅଟୋ ଡେବିଟ୍ ସିଷ୍ଟମ କ’ଣ ?
ସାଧାରଣତଃ ଲୋକେ ବିଦ୍ୟୁତ, ଗ୍ୟାସ୍, ଏଲଆଇସି ଓ ଅନ୍ୟ ବାବଦ ଖର୍ଚ୍ଚ ଲାଗି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗରେ ଅଟୋ ଡେବିଟ୍ ଅପ୍ସନ ଅନ କରିଥାନ୍ତି। ଫଳରେ ଏକ ନିଶ୍ଚିତ ତାରିଖ ଦିନ ଏ ବାବଦ କିସ୍ତି ମନକୁ ମନ ଆକାଉଣ୍ଟରୁ କଟି ଚାଲିଯାଇଥାଏ। ତେବେ ଏହି ନିୟମ ଲାଗୁ ହେବା ପରେ ଆପଣଙ୍କ ଦେୟ ପ୍ରଣାଳୀ ଉପରେ ଏହାର ପ୍ରଭାବ ପଡିବ। ଏହି ସୁବିଧାର ଲାଭ ନେବାକୁ ହେଲେ ବ୍ୟାଙ୍କରେ ଆପଣଙ୍କ ମୋବାଇଲ ନମ୍ବର ଅପଡେଟ ରହିବା ଦରକାର। କାରଣ ଆପଣଙ୍କ ଅଟୋ ଡେବିଟ୍ ଲାଗି ନୋଟିଫିକେସନ ଓ ଏସଏମଏସ ମୋବାଇଲ ଫୋନରେ ହିଁ ପାଇବେ।

Show More

Related Articles

Back to top button