ଓଡ଼ିଶାମୁଖ୍ୟ ଖବର

ବାଲୁକା ଶିଳ୍ପୀ ସତ୍ୟ ନାରାୟଣଙ୍କ ଆଉ ଏକ କମାଲ୍

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ

ବିରଳ ବିଶ୍ଵ ରେକର୍ଡ କଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ୧mmର ଜଗନ୍ନାଥଙ୍କ କାଠରେ ନିମିତ୍ତ ମୂର୍ତ୍ତି ତିଆରି କରି Exclusive world records & india book of records ରେ ସ୍ଥାନ ପାଇଛି ସତ୍ୟଙ୍କ ବିରଳ କଳାକୃତି । ନିଜ ପୂର୍ବ ରେକର୍ଡ ଭାଙ୍ଗି ନୂତନ ରେକର୍ଡ କରିଛନ୍ତି ସତ୍ୟ । ପୂର୍ବରୁ ୨mm ରୁ ୧cm ଜଗନ୍ନାଥଙ୍କ ମୂର୍ତ୍ତି କରି ବହୁ ରେକର୍ଡ କରିଥିଲେ । ୧mmର ଜଗନ୍ନାଥଙ୍କ ମୂର୍ତ୍ତି ରେକର୍ଡ କରିବ ବୋଲି ଆଶା ମଧ୍ୟ ଥିଲା ।

ଏହି ରେକର୍ଡ କରିବା ପରେ ମହାପ୍ରଭୁ ଜଗନ୍ନାଥ ଓ ମା କନ୍ଧୁଣୀ ଦେବୀ, ମା ବୁଢ଼ୀ ଠାକୁରାଣୀଙ୍କ କୃପାରୁ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଥିବା ସତ୍ୟ କହିଛନ୍ତି । ନିଜ ଗାଁ ସୋରଡ଼ା ଓ ବ୍ରହ୍ମପୁରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ଅନେକ ନୂତନ କଳାକୃତି ବି ସ୍ଥାନ ପିଇଛି । ଯେମିତିକି ବିଶ୍ଵର ସବୁଠାରୁ ଛୋଟ ମୂର୍ତ୍ତି, ଶିବ, ଗଣେଶ, ଦୁର୍ଗା, କାଳୀ, କୃଷ୍ଣ, ରାମ, ଲକ୍ଷ୍ମୀ, ସରସ୍ଵତୀ, ବୁଦ୍ଧ, ହନୁମାନ, ବୁଢ଼ୀ ଠାକୁରାଣୀ, କନ୍ଧୁଣୀ, ରଥ ଅନେକ ମୂର୍ତ୍ତି ନିର୍ମାଣ କରି ଅନେକ ରେକର୍ଡ କରିଛନ୍ତି । ବିଭିନ୍ନ ଦିବସ ମାନଙ୍କରେ ମଧ୍ୟ ବାଲୁକା କଳା ମାଧ୍ୟମରେ ସତ୍ୟ ଜନସଚେତନ କରିଥିବା ନଜିର ରହିଛି ।

Show More

Related Articles

Back to top button