ବାଣିଜ୍ୟ

ଏବେ ସହଜ କିସ୍ତିରେ କିଣିପାରିବେ ସୁନା

କମ୍ପାନୀ UPI ମାଧ୍ୟମରେ ଦେଉଛନ୍ତି SIP ର ସୁଯୋଗ

ସୁନା ଏକ ଦୁର୍ଲଭ ଧାତୁ। ମୋଟା ରକମର ଅର୍ଥ ନ ହେଲେ ସୁନା କିଣିବା କାହା ପକ୍ଷେ ସମ୍ଭବ ନୁହେଁ। ଏଣୁ ଲୋକେ ସ୍ୱର୍ଣ୍ଣାଳଙ୍କାର ଲାଗି ଟଙ୍କା ସଞ୍ଚୟ କରନ୍ତି ଓ ନିର୍ଦ୍ଧିଷ୍ଟ ରାଶି ଯୋଗାଡ ହୋଇଗଲେ ଅଳଙ୍କାର କିଣିବାକୁ ଦୋକାନକୁ ଯାଆନ୍ତି। ତେବେ ସୁନା କିଣିବା ଲାଗି ନିଜର ଖର୍ଚ୍ଚ ନିୟନ୍ତ୍ରଣ କରିବାର ଆଉ ଆବଶ୍ୟକତା ନାହିଁ। ଏଥିପାଇଁ ଆପଣ ସ୍ମଲ ଇନଭେଷ୍ଟମେଣ୍ଟ ପ୍ଲାନ୍ (ଏସଆଇପି) କରି ନିର୍ଦ୍ଧିଷ୍ଟ ପରିମାଣର ସ୍ୱର୍ଣ୍ଣଳଙ୍କାର ଲାଗି ଅର୍ଥ ଜୁଟାଇ ପାରିବେ। ଆପଣ ୟୁପିଆଇ ମାଧ୍ୟମରେ ବେଶ ସହଜରେ ସୁନା ଏସଆଇପି ଆରମ୍ଭ କରିପାରିବେ। ଯାହା ଦ୍ୱାରା ପ୍ରତିମାସରେ ଆପଣ ନିଶ୍ଚିତ ରାଶିର ସୁନା କ୍ରୟ କରିପାରିବେ। ଏଥିଲାଗି ଆପଣଙ୍କୁ ମୋଟା ରକମର ଆର୍ଥିକ ବୋଝ ମଧ୍ୟ ବହନ କରିବାକୁ ପଡିବନି। ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ ପେ ସୁନାରେ ନିବେଶ ଲାଗି ୟୁପିଆଇ ଆଧାରିତ ଏସଆଇପି ସ୍କିମ ଆଣିଛନ୍ତି। ଯାହା ଦ୍ୱାରା ଆପଣ ଏବେ ୨୪ କ୍ୟାରେଟର ସୁଦ୍ଧ ସୁନା ପ୍ରତିମାସରେ କିଛିକିଛି କରି କ୍ରୟ କରିପାରିବେ। ତେବେ ଏଥିପାଇଁ ଆପଣଙ୍କୁ ପ୍ରତିମାସରେ କିଛି ନିଶ୍ଚିତ ରାଶି ସୁନା କ୍ରୟରେ ନିବେଶ କରିବାକୁ ହେବ। ଆପଣ କ୍ରୟ କରୁଥିବା ସୁନା ଇନସ୍ୟୋର୍ଡ ବ୍ୟାଙ୍କଗ୍ରେଡ ଲକରରେ ସୁରକ୍ଷିତ ରଖାଯିବ। ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ଗୋଲ୍ଡର ଅଫର ଦେଉଥିବା ଫୋନ ପେ ଏ କ୍ଷେତ୍ରରେ ଏକାକୀ ନୁହନ୍ତି। ତାଙ୍କ ପୂର୍ବରୁ ପେଟିଏମ, ମୋବିକ୍ୱିକ୍ ଓ କ୍ରେଡିଟ ବି ଏହିପରି ସୁଯୋଗ ତାଙ୍କ ଗ୍ରାହକଙ୍କ ଲାଗି ଉପଲବ୍ଧ କରିଛନ୍ତି।

କିପରି ଆରମ୍ଭ କରିବେ ଏସଆଇପି
ଏହି ସ୍କିମରେ ସାମିଲ ହେବା ଲାଗି ଗ୍ରାହକଙ୍କ ସର୍ବ ପ୍ରଥମେ ଫୋନ ପେର ୱେଲଥ୍ ବିକଳ୍ପକୁ ଯିବାକୁ ହେବ। ଏଠାରେ ଆପଣ ଗୋଲ୍ଡ ପ୍ରୋଭାଇଡରଙ୍କୁ ଚୟନ କରିବାକୁ ହେବ। ଏହା ସହ ଆପଣଙ୍କୁ ଏଠାରେ ପ୍ରତିମାସରେ ନିବେଶ କରିବାକୁ ଥିବା ରାଶି ପୂରଣ କରିବେ। ଏହା ପରେ ୟୁପିଆଇ ପିନ୍‌କୁ ଅଥେଣ୍ଟିକେଟ୍ କରିବାକୁ ହେବ। ଏବେ ଆପଣ ପ୍ରତିମାସରେ ନିବେଶ କରିବାକୁ ଥିବା ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ।

କେବେବି ବିକି ପାରିବେ ସୁନା
ଛୋଟ ଛୋଟ କିସ୍ତିରେ କିଣୁଥିବା ସୁନା ଆପଣଙ୍କ ଆକାଉଣ୍ଟରେ ଜମା ହୋଇ ରହିବ। ଯେବେବି ଚାହିଁବେ ସୁନାରେ ନିବେଶ କରିଥିବା ରାଶି ଉଠାଣ କରିପାରିବେ। ସାଧାରଣ ଅର୍ଥରେ କହିବାକୁ ଗଲେ ଯେବେବି ଚାହିଁବେ ଆପଣ କିଣିଥିବା ସୁନା ବିକ୍ରି କରିପାରିବେ। ଏହି ସୁନା ବିକ୍ରି ସେହିଦିନର ତାଜା ଦରରେ ହେବ। ଏହି ସ୍କିମର ସବୁଠୁ ବଡ ସୁବିଧା ହେଉଛି ଗ୍ରାହକ ଛୋଟିଆ ଛୋଟିଆ କିସ୍ତିରେ ସୁନା କିଣି ସୁନାର କର୍ପସ ଫଣ୍ଡ କରିପାରିବେ।

ସର୍ବନିମ୍ନ ୧୦୦ ଟଙ୍କାରେ ହେବ ଏସଆଇପି
ସୁନାରେ ନିବେଶ ଲାଗି ଯଦି ଆପଣ ଭାବୁଛନ୍ତି ବଡ ରକମର ଆବଶ୍ୟକତା ଅଛି ତେବେ ଏହା ଆପଣଙ୍କର ଭ୍ରମ। ଏଥିଲାଗି ମାସିକ ଆପଣ ୧୦୦ ଟଙ୍କା ବି ନିବେଶ କରିପାରିବେ। ଏହା ଦ୍ୱାରା ଆପଣ କରୁଥିବା ନିବେଶ ଅର୍ଥରେ ଯେତିକି ସୁନା ହେବ ସେତିକି ସୁନା ଆପଣଙ୍କ ଆକାଉଣ୍ଟରେ ଜମା କରିଦିଆଯିବ।

Show More

Related Articles

Back to top button