ସ୍ୱାସ୍ଥ୍ୟ

କେବଳ କେଶ ପାଇଁ ନୁହେଁ ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ହୋଇଥାଏ ନଡିଆ ତେଲ

ସାଧାରଣତଃ ମହିଳାମାନେ କେଶ ପାଇଁ ନଡିଆ ତେଲ ବ୍ୟବହାର କରିଥାନ୍ତି, କିନ୍ତୁ ଏହା କେବଳ କେଶ ପାଇଁ ନୁହେଁ ବରଂ ଅନେକ ଉପାୟରେ ଲାଭଦାୟକ ହୋଇଥାଏ

ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏଥି ସହିତ ଆୟୁର୍ବେଦରେ ସକାଳେ ଗୋଟିଏ ଚାମଚ ନଡ଼ିଆ ତେଲ ଖାଲି ପେଟରେ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ବାସ୍ତବରେ, ଖାଲି ପେଟରେ ନଡ଼ିଆ ତେଲ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।ଏକ ହେଲ୍ଥ ସାଇଟ ଅନୁଯାୟୀ, ନଡିଆ ତେଲରେ ଫ୍ୟାଟି ଏସିଡ୍ ର ୟୁନିକ୍ କମ୍ବିନେସନ୍ ମିଳିଥାଏ, ଯାହା ଆମ ମସ୍ତିଷ୍କ ଏବଂ ହାର୍ଟ ଫଙ୍କ୍ସନ୍ ପାଇଁ ବହୁତ ଭଲ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ନଡ଼ିଆ ତେଲ ଆମ ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ।

ହାର୍ଟ ଫଙ୍କସନକୁ ଠିକ୍ ରଖିଥାଏ:

ଅନୁସନ୍ଧାନ ଅନୁଯାୟୀ, ଯେଉଁ ଅଞ୍ଚଳରେ ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରାଯାଇଥାଏ, ସେଠାରେ ଲୋକମାନେ ହାର୍ଟ ସୁସ୍ଥ ରହିଥାଏ ।

ଓଜନ କମ୍ କରିଥାଏ:

ନଡ଼ିଆ ତେଲର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ମେଟାବୋଲିଜିମ୍ ଭଲ ଭାବରେ କାମ କରିଥାଏ ଏବଂ ଅତିରିକ୍ତ ଓଜନକୁ ହ୍ରାସ କରିଥାଏ । ତେଣୁ ଆୟୁର୍ବେଦରେ ସକାଳେ ଖାଲି ପେଟରେ ଏକ ଚାମଚ ନଡ଼ିଆ ତେଲ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରିଥାଏ:

ନଡିଆ ତେଲରେ କ୍ୟାପ୍ରିକ୍ ଏସିଡ୍, ଲୌରିକ୍ ଏସିଡ୍ ଏବଂ କ୍ୟାପ୍ରିଲିକ୍ ଏସିଡ୍ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ହଜମ ଠିକ୍ କରିଥାଏ:

ନଡ଼ିଆ ତେଲ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ, ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିଥାଏ ଏବଂ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହା ଆପଣଙ୍କ ପେଟରେ ଗ୍ୟାସର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଗୁଡ୍ କୋଲେଷ୍ଟ୍ରଲ୍ ବଢାଇଥାଏ:

ନଡିଆ ତେଲ ଗୁଡ୍ କୋଲେଷ୍ଟ୍ରଲ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଗୁଡ୍ କୋଲେଷ୍ଟ୍ରଲ ବଢିଥାଏ, ଯେଉଁ କାରଣରୁ ହାର୍ଟକୁ ଅନେକ ରୋଗରୁ ରକ୍ଷା କରାଯାଇପାରେ ।

Show More

Related Articles

Back to top button