ଓଡ଼ିଶାବାଣିଜ୍ୟ

ବଢ଼ିଲା ବସ୍‌ ଭଡ଼ା ।

କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି । ଡିଜେଲ ଦର ବୃଦ୍ଧି ଯୋଗୁ ସ୍ୱୟଂକ୍ରିୟ ପଦ୍ଧତିରେ ବସ୍‌ ଭଡ଼ା ବଢ଼ିଛି

ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୮୫ ପଇସା ଥିବାବେଳେ ଏବେ ଏହା ୪ ପଇସା ବଢ଼ି ୮୯ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୮୯ ପଇସା ଥିଲା । ୪ ପଇସା ବଢ଼ି ୯୩ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୮ ପଇସା ବଢ଼ିଛି ।ଡିଲକ୍ସ ବସ୍‌ ଭଡ଼ା କିମି ପିଛା ଥିଲା ୧ ଟଙ୍କା ୨୧ ପଇସା । ହେଲା ୧ ଟଙ୍କା ୨୯ ପଇସା । ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ ଟଙ୍କା ୪୯ ପଇସା ଥିବାବେଳେ ୧ ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ବସ୍‌ ଭଡ଼ା କିମିପିଛା ୧୨ ପଇସା ବଢ଼ିଛି ।

ସୁପର ପ୍ରିମିୟମ ବସ୍‌ ଭଡ଼ା କିମି ପିଛା ୨ ଟଙ୍କା ୩୨ ପଇସା ଥିବାବେଳେ ଏବେ ୨ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଏହି ବର୍ଦ୍ଧିତ ବସ୍‌ ଭଡ଼ା ଆଜିଠାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା । ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିଲା । ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା । ଭୁବନେଶ୍ୱରରେ ଏହି ଦର ଥିବାବେଳେ ମାଲକାନଗିରିରେ ଡିଜେଲ ଲିଟର ୧୦୨ ଟଙ୍କା ହେଲାଣି । ତୈଳ ଦର ବୃଦ୍ଧି ଯୋଗୁ ବସ୍‌ ଭଡ଼ା ବଢ଼ିଥିବା ସେ କହିଛନ୍ତି ।

Show More

Related Articles

Back to top button