ସ୍ୱାସ୍ଥ୍ୟ

ସାଧାରଣ କୋଷ୍ଠକାଠିନ୍ୟ ଜନ୍ମ ଦେଇପାରେ ମାରାତ୍ମକ ରୋଗ

ଆସନ୍ତୁ ଜାଣିବା କଣ ହୋଇପାରେ ଘରୋଇ ଉପଚାର

ଅନିୟମିତତା ଦିନଚର୍ଯ୍ୟା ଓ ଖାଦ୍ୟପେୟ କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ହେବ ଗୋଟିଏ ସାଧାରଣ ସମସ୍ୟା l ରୋଗୀର ପେଟ ଠିକରେ ସଫା ନହେବା ଦ୍ୱାରା ଓ ଶୌଚ ସମୟରେ ଅନେକ ଅସୁବିଧା ହୋଇଥିବା କାରଣରୁ ବ୍ୟକ୍ତି ଅନେକ ଥର ଶୌଚ କରିବାକୁ ବାଧ୍ୟ ହୋଇଥାଏ l କୋଷ୍ଠକାଠିନ୍ୟ ଗୋଟିଏ ଏପରି ସମସ୍ୟା ଯାହା ଅନେକ ଗୁଡିଏ ରୋଗର କାରଣ ହୋଇଥଏ l

ପେଟ ସଫା ନହେବା ଯୋଗୁ ସାରା ଦିନ ଆଳସ୍ୟରେ କଟିଥାଏ l କୋଠକାଠିନ୍ୟ ଏପରି ସମସ୍ୟା ଯାହା ସମସ୍ତ ପେଟ ରୋଗର ମୂଳଦୁଆ ଅଟେ ଓ ଆଗକୁ ଏହା ଯାଇ ଗମ୍ଭୀର ରୋଗରେ ପରିଣତ ହୋଇଥାଏ l ସମୟ ଥାଉ ଥାଉ ଆମେ ଏହି ସମସ୍ୟାର ଉପଚାର କରି ପାରିବ ଓ ଅଧିକାଂଶ ରୋଗରୁ ନିଜକୁ ରକ୍ଷା କରି ପାରିବା l

କୋଠକାଠିନ୍ୟ ମୁଖ୍ୟତଃ ବାତ ଦୋଷକୁ ସୃଷ୍ଟି କରିଥାଏ ,ଯେଉଁ କାରଣରୁ ମଳ ଶୁଖିଲା ଓ କଠୋର ହୋଇଯାଇଥାଏ ଏବଂ ଠିକ ସମୟରେ ମଳତ୍ୟାଗ ହୋଇପାରେ ନାହିଁ l ଆଜିକାଲି ଆୟୁର୍ବେଦ ଉପାୟରେ କୋଠକାଠିନ୍ୟର ସମସ୍ୟାକୁ ଦୂର କରାଯାଉଛି l କୋଷ୍ଠକାଠିନ୍ୟ ଦ୍ୱାରା ଗ୍ୟାସ ସମସ୍ୟା ,ଏସିଡ଼ିଟି ସମସ୍ୟା ,ମୁଣ୍ଡବିନ୍ଦା ,ଅଣ୍ଟା ବିନ୍ଧା ଓ ଦରଜ ଇତ୍ୟାଦି ଦେଖା ଦେଇଥାଏ l ଯାହା ଆଗକୁ ଯାଇ କୌଣସି ବଡ଼ ରୋଗର କାରଣ ହୋଇଥାଏ l

ଉପଚାର-

ସକାଳୁ ଉଠିଲେ ଲେମ୍ବୁ ପାଣିରେ କଳା ଲୁଣ ମିଶାଇ ପିବ ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ l

ଋତୁ ଅନୁସାରେ ଫଳ ଓ ପନିପରିବା ସେବନ କରିବା କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ହିତକର ,ଏହାକୁ ଆପଣ ପ୍ରଚୁର ପରିମାଣରେ ସେବନ କରି ପାରିବେ l

ପ୍ରତିଦିନ ରାତିରେ ତ୍ରିଫଳା ଚୂର୍ଣ୍ଣକୁ ଉଷୁମ ପାଣି ସହିତ ସେବନ କଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ଆରମ୍ଭ ମିଳିବ l

ଅଧିକ ମସଲାଯୁକ୍ତ ଖାଦ୍ୟକୁ ଖାଇବା ଉଚିତ ନୁହେଁ କାରଣ ଏହା କୋଷ୍ଠକାଠିନ୍ୟ ସମସ୍ୟା ଉତ୍ପନ କରିଥାଏ l ଯଦି ଆପଣ ଏହିପରି ଖାଦ୍ୟ ଖାଉଛନ୍ତି ତେବେ ଉଷୁମ ପାଣି ସହିତ ଗୋଟିଏ ଚାମଚ ମହୁ ଖାଆନ୍ତୁ l

ଵେଲ କୋଷ୍ଠକାଠିନ୍ୟ ସମସ୍ୟା ସହିତ ସମସ୍ତ ପେଟରୋଗ ପାଇଁ ରାମବାଣ ଅଟେ ତେଣୁ ବେଲକୁ ନିଜ ଖାଇବାରେ ସାମିଲ କରନ୍ତୁ l

Show More

Related Articles

Back to top button