ସ୍ୱାସ୍ଥ୍ୟ

ପଣସରେ ଘରୋଇ ଉପଚାର

ଆସନ୍ତୁ ପଢିବା ସେ ବିଷୟରେ

ପଣସକୁ ଏକ ସ୍ୱାଦିଷ୍ଟ ଫଳ ପାଚିବା ଅବସ୍ଥାରେ ଓ କଞ୍ଚା ଅବସ୍ଥାରେ ଗୋଟିଏ ପୋଷକତତ୍ୱ ଯୁକ୍ତ ପାରିବ ଭାବରେ ବ୍ୟବହାର କରାଯାଏ l ଆମ ଓଡ଼ିଆ ଘରର ଅଧିକାଂଶ ବାଡ଼ି ବଗିଚାରେ ପଣସ ଗଛ ରହିଛି l ଓଡ଼ିଆ ଘରର ପର୍ବ ପର୍ବାଣି ଯେପରିକି ସାବିତ୍ରୀ ଓ ରଜରେ ପଣସର ବହୁଳ ବ୍ୟବହାର ହୋଇଥାଏ l ଏହି ପଣସ ଗଛର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି l

* ରକ୍ତପିତ ରୋଗ -ରକ୍ତପିତ ରୋଗଟି ସାଧାରଣତଃ ଖରା ଦିନରେ ହୋଇଥାଏ l ଏହି ରୋଗ ହେଲେ ପଣସକୁ ନୀତିଦିନ ସିଝାଇ ତାର ପାଣିକୁ ପିଇବା ଦ୍ୱାରା ରକ୍ତପିତ ରୋଗରୁ ଆରମ୍ଭ ମିଳିଥାଏ l

* ଚର୍ମ ରୋଗ -ପାଚିଲା ପଣସର ଚୋପାକୁ ନିଆଁରେ ପୋଡି ସେହି ପାଉଁଶକୁ ତେଲରେ ଗୋଳାଇ ଶରୀରରେ ଲଗାଇଲେ ସମସ୍ତ ପ୍ରକାରର ଚର୍ମ ରୋଗ ଠିକ ହୋଇଥାଏ l

* ଦାନ୍ତ ରୋଗ -ପାକଳ ପଣସ ପତ୍ରକୁ ପୋଡି ସେହି ଭାସମରେ ସନ୍ଧବ ଲାବଣ ମିଶାଇ ଦାନ୍ତ ଘଷିବା ଦ୍ୱାରା ସମସ୍ତ ପ୍ରକାରର ଦାନ୍ତ ରୋଗ ଭଲ ହୋଇଥାଏ l

* ବିଛା କାମୁଡ଼ିଲେ -ପାଚିଲା ପଣସର ଅନ୍ତକୁ ପୋଡି ସେଥିରେ ସାମାନ୍ୟ ଗାଈ ଘିଅ ମିଶାଇ ବିଛା କାମୁଡିଥିବା ସ୍ଥାନରେ ଲେପ ଦେବା ଦ୍ୱାରା ଯନ୍ତ୍ରଣା କମିବା ସହିତ ଫୁଲ ମଧ୍ୟ କମି ଯାଇଥାଏ l

* ବଥ ଫଟାଇବା ପାଇଁ -ପାଚିଲା ପଣସର ଭଣ୍ଡକୁ ପୋଡି ସେହି ପାଉଁଶରେ କଲିଚୁନ ମିଶାଇ ବଥ ହୋଇଥିବା ସ୍ଥାନରେ ଲେପ ଦେବା ଦ୍ୱାରା ବଥ ଫାଟିଯାଇ ସୁଖୀ ଯାଇଥାଏ l

Show More

Related Articles

Back to top button