ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ କଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତ୍ରିପୁଲ ଭେସେଲ ରୋଗରେ ପୀଡିତ ଥିବା ଗାଙ୍ଗୁଲିଙ୍କର ୨ୟ ଥର ଆଞ୍ଜିଓପ୍ଲାଷ୍ଟି ହୋଇଛି। ଏହା ପୂର୍ବରୁ ମଧ୍ୟ ଛାତିରେ ଯନ୍ତ୍ରଣା ହେବାରୁ ଗାଙ୍ଗୁଲିଙ୍କୁ ଉଡ୍ସଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଜିମ୍ରେ ବ୍ୟାୟାମ କରୁଥିବାବେଳେ ହୃଦ୍ଘାତ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରୀକ୍ଷା ପରେ ୩ଟି ଧମନୀରେ ବ୍ଲକେଜ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା।
ଗୋଟିଏ ଧମନୀରେ ୯୦% ବ୍ଲକେଜ ହୋଇଯାଇଥିବାରୁ ତାହା ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଗତ ୨୭ ତାରିଖରେ ପୁଣି ଥରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଅନ୍ୟ ୨ଟି ଧମନୀରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୨ଟି ଷ୍ଟେଣ୍ଟ ଲଗାଯାଇଥିଲା। ହସ୍ପିଟାଲରେ ୪ଦିନ ଧରି ଡାକ୍ତରଙ୍କ ଦେଖାରଖାରେ ଚିକିତ୍ସା ହେବା ପରେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।