Breaking PLUSଦେଶମୁଖ୍ୟ ଖବର

ପ୍ରତିବନ୍ଧିତ ପିଏଫଆଇ ସହିତ ଜଡିତ ଅବଦୁଲ ସଲିମଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ, 2 ମାର୍ଚ୍ଚ- ଜାତୀୟ ତଦନ୍ତକାରୀ ଏଜେନ୍ସି ତେଲେଙ୍ଗାନା ନିଜାମାବାଦରେ ପ୍ରତିବନ୍ଧିତ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହିତ ଜଡିତ ଅବଦୁଲ ସଲିମକୁ ଗିରଫ କରିଛି । ସଲିମ ପିଏଫଆଇର ତେଲେଙ୍ଗାନା ଉତ୍ତର ସଚିବ ଅଟନ୍ତି ।
ସଲିମଙ୍କ ଉପରେ ଦେଶବିରୋଧୀ ଗତିବିଧିର ଲିପ୍ତ ରହିଥିବା ଅଭିଯୋଗ ରହିଛି । ଆତଙ୍କୀ ଗତିବିଧିକୁ କାର୍ଯ୍ୟକାରୀ କରିବା ପାଇଁ ଯୁବକଙ୍କୁ ଭର୍ତ୍ତି କରୁଥିଲା ସଲିମ । ହିଂସାର ଏକ ମାମଲାରେ ସେ ଫେରାର ଥିଲା । ତା ଉପରେ ଦୁଇଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତା ବିରୁଦ୍ଧରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା । ଏହି ମାମଲାରେ ଗିରଫ ହୋଇଥିବା ସେ ପଂଚମ ଅଭିଯୁକ୍ତ ଅଟେ । ତା ବିରୁଦ୍ଧରେ 2023, ଜୁନରେ ନିଜାମାବାଦ ଜିଲ୍ଲାରେ ଭିଆଇ ଟାଉନ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ଏନଆଇଏ ଏହି ମାମଲାକୁ ନିଜ ପାଖକୁ ନେଇଯାଇଥିଲା ।

Show More

Related Articles

Back to top button