Breaking PLUSଦେଶମୁଖ୍ୟ ଖବର

ଗୌତମ ଗମ୍ଭୀରଙ୍କ ପରେ ନିର୍ବାଚନ ଲଢିବାକୁ ମନା କଲେ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ, 2 ମାର୍ଚ୍ଚ- ଝାରଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଜୟନ୍ତ ସିହ୍ନା ଲୋକସଭା ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ସିହ୍ନେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ତାଙ୍କୁ ନିର୍ବାଚନୀ ଦାୟିତ୍ୱରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀରୁ ବିଜେପି ସାଂସଦ ଗୌତମ ଗମ୍ଭୀର କହିଥିଲେ ଯେ, ସେ ଲୋକସଭା ନିର୍ବାଚନ ଲଢିବେ ନାହିଁ ।
ଜୟନ୍ତି ସିହ୍ନା ଶନିବାର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, ‘ମୁଁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନିର୍ବାଚନୀ ଦାୟିତ୍ୱରୁ ମୁକ୍ତ କରିବାକୁ ଅପିଲ କରିଛି, ଯାହାଦ୍ୱାରା ଭାରତ ଓ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ଉପରେ ଫୋକସ କରିପାରିବି । ତେବେ ପାର୍ଟିର ଆର୍ଥିକ ଓ ପ୍ରଶାସନିକ ପ୍ରସଙ୍ଗ ଉପରେ କାମ କରିବି । ସିହ୍ନା ଲେଖିଛନ୍ତି ଯେ, ମୁଁ ବହୁତ ସୌଭାଗ୍ୟଶାଳୀ ଯେ, ମୋତେ ଗତ 10 ବର୍ଷ ଯାଏ ହଜାରିବାଗର ଲୋକଙ୍କ ସେବାର ସୁଯୋଗ ମିଳିଲା । ବିଜେପି ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଅନେକ ସୁଯୋଗ ଦେଇଛନ୍ତି, ଯେଉଁଥି ପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

Show More

Related Articles

Back to top button