Breaking PLUSଦେଶମୁଖ୍ୟ ଖବର

କୃଷ୍ଣାନଗରରେ 15ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ପିଏମ ମୋଦି

କୋଲକାତା, 2 ମାର୍ଚ୍ଚ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନରେ ଶନିବାର ନଦିଆ ଜିଲ୍ଲାର କୃଷ୍ଣାନଗରରେ 15ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ମୋଦି କହିଛନ୍ତି ଯେ, ଆଜିର ଦିନରେ କେନ୍ଦ୍ର ସରକାର ପୂର୍ବାପେକ୍ଷା ଦୁଇଗୁଣାରୁ ଅଧିକ ଫଣ୍ଡ ଆଲର୍ଟ କରୁଛନ୍ତି ।
ପିଏମ ମୋଦି କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗକୁ ବିକଶିତ ରାଜ୍ୟ କରିବା ପାଇଁ ଆମେ ଏକ ପଦକ୍ଷେପ ଉଠାଇଛୁ । ଆଜି ମୋତେ 15ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଛି । ବିଜୁଳି, ସଡକ, ରେଳର ସୁଗମ ସୁବିଧା ଆପଣଙ୍କ ଜୀବନକୁ ସହଜ କରିବ । ଏହି ବିକାଶ କାର୍ଯ୍ୟରେ ପଶ୍ଚିମବଙ୍ଗର ଆର୍ଥିକ ବିକାଶକୁ ଗତି ମିଳିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ ।

Show More

Related Articles

Back to top button