Breaking PLUSଦେଶମୁଖ୍ୟ ଖବରରାଜନୀତି

ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ – ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ ବିଜୟୀ ହୋଇଥିଲେ । ଅମିତ ଶାହ ଗାନ୍ଧୀ ନଗରରୁ ଲୋକସଭା ନିର୍ବାଚନ ଲଢିବେ ।
ବିଜେପି ପକ୍ଷରୁ ୧୯୫ ଜଣ ପ୍ରାର୍ଥୀଙ୍କର ସୂଚୀ ଜାରି କରାଯାଇଛି । ଏଥିରେ ୩୪ ଜଣ ମନ୍ତ୍ରୀଙ୍କ ନାମ ରହିଛି । ୧୬ଟି ରାଜ୍ୟ ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହିଁ ସୂଚୀ ଜାରି କରାଯାଇଛି ।

ବିଜେପିର ପ୍ରଥମ ତାଲିକାରେ ଉତ୍ତରପ୍ରଦେଶ (୫୧), ପଶ୍ଚିମବଙ୍ଗ (୨୦), ମଧ୍ୟପ୍ରଦେଶ (୨୪), ଗୁଜରାଟ (୧୫), ରାଜସ୍ଥାନ (୧୫), କେରଳ (୧୨), ତେଲେଙ୍ଗାନା (୯), ଆସାମ (୧୧), ଝାଡ଼ଖଣ୍ଡ (୧୧), ଛତିଶଗଡ଼ (୧୧),କେରଳର ୧୨, ତେଲେଙ୍ଗାନାର ୯, ଆସାମରେ ୧୧, ଝାଡ଼ଖଣ୍ଡର ୧୧, ଛତିଶଗଡର ୧୧, ଦିଲ୍ଲୀରେ ୫, ଜମ୍ମୁ-କଶ୍ମୀରର ୨, ଉତ୍ତରାଖଣ୍ଡରେ ୩, ଅରୁଣାଚଳରେ ୨, ଗୋଆରେ ୧, ତ୍ରିପୁରା-୦୧,ଆଣ୍ଡମାନ ନିକୋବର ଜଣେ, ଦମନ ଦିଉର ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Show More

Related Articles

Back to top button