Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚତୁର୍ଥ ବିଜୟ ସହ ଶୀର୍ଷରେ ଆମେରିକା

ଆଇସିସି ଦିନିକିଆ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ନ୍ୟୁଜିଲାଣ୍ଡ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ବୁଧବାର ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୬ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ଲେନ ଫିଲିପ୍ସଙ୍କ ୭୧ ଓ ଟମ୍‌ ଲଥାମଙ୍କ ୬୮ରନ ବଳରେ ୨୮୮ରନ କରିଥିଲା। ଜବାବରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ବୋଲରଙ୍କ ମିଳିତ ଆକ୍ରମଣକୁ ସାମ୍ନା କରିନପାରି ୧୩୯ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଆଫଗାନିସ୍ତାନ ତୃତୀୟ ପରାଜୟ ବରଣ କରିିଛି।
୨୮୯ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ୨୭ରନରେ ଦୁଇ ଓପନରଙ୍କୁ ହରାଇଥିଲା। ରେହମାନଉଲ୍ଲା ଗୁର୍‌ବାଜ୍‌ ୧୧ ଓ ଇବ୍ରାହିମ ଜର୍ଡାନ ୧୪ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ରେହମତ୍‌ ସାହା ଓ ହାସମତୁଲ୍ଲା ସାହିଦି ୧୬ରନ ସଂଗ୍ରହ କରିଥିଲେ। ୪୩ରନ ସ୍କୋର ଥିବାବେଳେ ସାହିଦି ୮ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ଆଜମାତୁଲ୍ଲା ଓମାରଜାଇ ଓ ସାହା ୫୪ରନ ସଂଗ୍ରହ କରିଥିଲେ। ୯୭ରନ ସ୍କୋର ଥିବାବେଳେ ଓମାରଜାଇ ୨୭ରନ କରି ଆଉଟ୍‌ ହୋଇଥିଲେ। ୧୦୭ରନ ସ୍କୋରରେ ୫ମ ୱିକେଟର ପତନ ଘଟିଥିଲା। ରେହମତ ସାହା ୩୬ରନ କରି ଆଉଟ୍‌ ହୋଇଥିଲେ। ଦଳ ଶେଷ ୫ ୱିକେଟ ୩୨ରନ ମଧ୍ୟରେ ହରାଇବା ସହିତ ୩୪.୪ ଓଭରରେ ୧୩୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ୮ ଓ ମହମ୍ମଦ ନବି ୭ ରନ କରିଥିବାବେଳେ ଆଇକରାମ ଅଖିଲ ୧୯ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲୁକି ଫର୍ଗୁସନ ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ, ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ନେଇଥିଲେ।

ଗ୍ଳେନ ଫିଲିପ୍ସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Show More

Related Articles

Back to top button