Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ହମାସ ମୁଖ୍ୟାଳୟ ଧ୍ୱଂସ

ତେଲ ଅବିବ୍‌ : ଭୟଙ୍କର ହେଉଛି ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ। ୧୨ ଦିନରେ ପହଞ୍ଚିଲାଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ଉତ୍ତର ଗାଜାକୁ ଟାର୍ଗେଟ୍ କରୁଛି। ଆକାଶ, ଭୂମି ସହିତ ସମୁଦ୍ରରୁ ମଧ୍ୟ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛନ୍ତି, ‘ସାର୍‌ ୬’ ମିସାଇଲକୁ ଜାହାଜରୁ ହମାସ୍‌ର ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଉପରେ ଆକ୍ରମଣ କରାଯାଇଛି। ଫଳରେ କାରଖାନାଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି।

ଏଥିରେ କେତେ ହମାସ୍‌ ଆତଙ୍କୀ ନିପାତ ହୋଇଛନ୍ତି ସେ ବାବଦରେ କୌଣସି ସୂଚନା ଦିଆଯାଇନାହିଁ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଠାରୁ ଆଦେଶ ପାଇବା କ୍ଷଣି ସ୍ଥଳଭାଗରେ ସେନା ପଶି ହମାସ୍‌ ସଦସ୍ୟଙ୍କୁ ଖୋଜି ଖୋଜି ମାରୁଛନ୍ତି। ହମାସ୍‌ର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଉଡ଼ାଇ ଦେଇଛି ଇସ୍ରାଏଲ୍ ସେନା। ସେହିଭଳି ଦକ୍ଷିଣ ଗାଜାର କେତେକ ସ୍ଥାନରେ ମଧ୍ୟ ଆଇଡିଏଫ୍‌ର ସୈନ୍ୟମାନେ ବୋମା ବର୍ଷାଣ କରିଛନ୍ତି। ଏହାଯୋଗୁ ୮୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ହମାସ୍‌ର ୭ ଜଣ କମାଣ୍ଡର ନିପାତ ହେଲେଣି।

ସେପଟେ ଇସ୍ରାଏଲ୍‌କୁ ଡରାଇବା ପାଇଁ ହମାସ୍‌ ପୁଣି ଏକ ଚାଲ୍‌ ଖେଳିଛି। ଏହା ନିକଟରେ ଅଧିକ ଲୋକ ବନ୍ଧକ ଥିବା ଦାବି କରିଛି। ହମାସ୍‌ର ସାମରିକ ମୁଖପାତ୍ର ଅବୁ ଓବେଦା କହିଛନ୍ତି ଯେ ସେମାନଙ୍କ ନିକଟରେ ୨୦୦ରୁ ୨୫୦ ଲୋକ ପଣବନ୍ଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ରହିଛନ୍ତି। ଗାଜାର କେନ୍ଦ୍ରାଞ୍ଚଳସ୍ଥିତ ଅଲ୍‌-ଆହ୍‌ଲି ଅଲ୍‌-ଆରବୀ ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ୫୦୦ ଜନତାଙ୍କ ମୃତ୍ୟୁକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିବାବେଳେ ବିଶ୍ବବ୍ୟାପୀ ଏହାକୁ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି। ଏହି ବିସ୍ଫୋରଣ ନେଇ ହମାସ୍‌ ଓ ଇସ୍ରାଏଲ ସେନା ପରସ୍ପର ଆରୋପ-ପ୍ରତ୍ୟାରୋପ ଚଳାଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ଡାକ୍ତରଖାନା ଉପରେ ଆକ୍ରମଣ କରାଯାଇଥିବା ହମାସ୍‌ ଅଭିଯୋଗ କରିବା ପରେ ଆଇଡିଏଫ୍‌ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଏକାଧିକ ଭିଡିଓ ଓ ଅଡିଓ ପ୍ରସାରଣ କରି ଆଇଡିଏଫ୍‌ ଦାବି କରିଛି ଯେ ଇସ୍‌ଲାମିକ୍‌ ଆତଙ୍କବାଦୀ ସଂଗଠନ ‘ଇସ୍‌ଲାମିକ୍‌ ଜିହାଦ’ ଇସ୍ରାଏଲକୁ ଲକ୍ଷ୍ୟ କରି ଛାଡ଼ିଥିବା ରକେଟ ଦିଗଭ୍ରଷ୍ଟ ହୋଇ ଡାକ୍ତରଖାନାରେ ମାଡ଼ ହେବା ଦ୍ବାରା ଏହି ଅଘଟଣ ଘଟିଛି।

Show More

Related Articles

Back to top button