Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜି ବ୍ରିଟେନ ପିଏମ ଋଷି ସୁନକଙ୍କ ଇସ୍ରାଏଲ ଗସ୍ତ

ଲଣ୍ଡନ-ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିବେ । ହମାସ ସହ ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲ ସହିତ ଏକତା ଦର୍ଶାଇବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ । ଏହି ଅବସରରେ ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ରାଷ୍ଟ୍ରପତି ଇସାକ୍ ହର୍ଜୋଗଙ୍କୁ ସାକ୍ଷାତ କରିବେ । ନିଜ ଗସ୍ତ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଜାର ଲୋକଙ୍କ ପାଇଁ ମାନବୀୟ ସହାୟତାର ଅପିଲ କରି କହିଛନ୍ତି ପାଲେଷ୍ଟାଇନର ଲୋକ ବି ହମାସର ଶିକାର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତର ଠିକ୍ ଦିନକ ପରେ ଇସ୍ରାଏଲ ଗସ୍ତ କରୁଛନ୍ତି ଋଷି ସୁନକ ଯାହାକି ବେଶ୍ ଗୁରୁତ୍ୱପୂର୍ଣ୍ଣ ।

Show More

Related Articles

Back to top button