ବାଣିଜ୍ୟ

ପୋଷ୍ଟ ଅଫିସରେ ଆସିଲା ନୂଆ ସ୍କିମ୍

୧୦ ବର୍ଷରୁ ବଡ଼ ପିଲାଙ୍କ ଲାଗି ଖାତା ଖୋଲି ମାସକୁ ମାସ ପାଆନ୍ତୁ ଆକର୍ଷକ ରାଶି

ଯେଉଁମାନେ ବିନା ଝିନଝଟରେ ଲାଭ ପାଇବାକୁ ଆଗ୍ରହୀ ସେମାନେ ପୋଷ୍ଟ ଅଫିସ ସ୍କିମରେ ଖାତା ଖୋଲି ମାସକୁ ମାସ ଆକର୍ଷକ ରାଶି ପାଇବାରେ କୌଣସି ଅସୁବିଧା ନାହିଁ। ଡାକ ବିଭାଗ ଏପରି ଲୋକଙ୍କ ଲାଗି ଆଣିଛନ୍ତି ପୋଷ୍ଟ ଅଫିସ ମନ୍ଥଲୀ ଇନକମ ସ୍କିମ (ଏମଆଇଏସ୍) ଏହା ଏପରି ଏକ ଲାଭଜନକ ସଞ୍ଚୟ ଯୋଜନା ଯେଉଁଥିରେ ଥରଟିଏ ମୋଟା ଅଙ୍କର ଜମା ରଖି ମାସକୁ ମାସ ସୁଧ ନେଇପାରିବେ। ଏପରି ଆକାଉଣ୍ଟର ଅନେକ ଲାଭ ମଧ୍ୟ ରହିଛି। ଏଥିରେ ଆକାଉଣ୍ଟ ଆପଣ ୧୦ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି ମଧ୍ୟ ଖୋଲିପାରିବେ। ଯଦି ଆପଣ ପିଲାଙ୍କ ନାମରେ ଏମଆଇଏସ୍ ସ୍କିମରେ ଟଙ୍କା ଜମା କରନ୍ତି ଏଥିରୁ ମାସକୁ ମାସ ମିଳୁଥିବା ସୁଧାରାଶି ପିଲାର ଟ୍ୟୁସନ ଓ ପାଠ ପଢ଼ା ଖର୍ଚ୍ଚ ତୁଲାଇବାରେ ସହାୟକ ହେବ।

ଏହି ଯୋଜନାରେ ଜମା ଖାତା ଆପଣ ଯେ କୌଣସି ଡାକ ଘରକୁ ଯାଇ ଖୋଲିପାରିବେ। ଯୋଜନାରେ ଆପଣ ସର୍ବ ନିମ୍ନ ୧ ହଜାର ଓ ସର୍ବାଧିକ ସାଢେ ୪ ଲକ୍ଷ ଟଙ୍କା ଜମା କରିପାରିବେ। ଏବେ ଏହି ଯୋଜନାରେ ବାର୍ଷିକ ୬.୬ ପ୍ରତିଶତ ହାରରେ ସୁଧ ମିଳୁଛି। ଏହି ସ୍କିମର ମ୍ୟଚୁରିଟି ୫ ବର୍ଷ ଓ ଅବଧି ଶେଷରେ ଏହାକୁ ବନ୍ଦ ମଧ୍ୟ କରାଯାଇପାରେ। ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷ ଓ ତା ନାମରେ ଏମଆଇଏସ୍ ସ୍କିମରେ ଖାତା ଖୋଲି ୨ ଲକ୍ଷ ଟଙ୍କା ଜମା କରନ୍ତି ତେବେ ସେ ମାସିକ ୧୧ଶହ ଟଙ୍କା ସୁଧ ପାଇବ। ୫ ବର୍ଷରେ ସୁଧ ବାବଦେ ୬୬ ହଜାର ଟଙ୍କା ମିଳୁଥିବା ବେଳେ ଅବଧି ଶେଷରେ ଖାତା ବନ୍ଦ କରି ଜମା ୨ ଲକ୍ଷ ଟଙ୍କା ମଧ୍ୟ ଉଠାଣ କରିନେବେ। ଏହି ରାଶି ଅଭିଭାବକଙ୍କ ନିମନ୍ତେ ବେଶ ସହାୟକ ସାବ୍ୟସ୍ତ ହୋଇପାରିବ।

Show More

Related Articles

Back to top button