ଦେଶ ବିଦେଶମୁଖ୍ୟ ଖବର

ଦେଶରେ ୫ ରାଜ୍ୟରୁ ୨୧ କେସ୍

ଟିକାକରଣ ପରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଭାରତରେ ବ୍ୟାପିଲା ଓମିକ୍ରନ

ଭାରତରେ ଓମିକ୍ରନ ତୀବ୍ର ମାତ୍ରାରେ ବ୍ୟାପିବାରେ ଲାଗିଛି । ଧୀରେ ଧୀରେ ନୂଆ କେସ୍ ସାମ୍ନାକୁ ଆସୁଛି । ରବିବାର ଗୋଟିଏ ଦିନରେ ଦେଶରେ ୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସକାଳେ ଦିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ମହାରାଷ୍ଟ୍ର ଏବଂ ରାଜସ୍ଥାନରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଶନିବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ମହାରାଷ୍ଟ୍ରରେ ପୁଣି ୭ ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି ।

ଏହାପରେ ପରେ ରାଜସ୍ଥାନରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜସ୍ଥାନରୁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ପଜିଟିଭ । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଟିକାକରଣ ପରେ ବି କେସ୍ ବଢିଛି । ବିଶେଷ କରି ଟିକାର ଦୁଇ ଡୋଜ୍ ପରେ ଲୋକେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାରି ଭିତରେ ଆଶ୍ୱସ୍ତିକର ତଥ୍ୟ ହେଉଛି ଏହି ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ଗୁରୁତର କରୁନି । ଅର୍ଥାତ୍ ମୃତ୍ୟୁ ସଂଖ୍ୟାର ବଢିବନି, ବା ଲୋକଙ୍କ ପାଇଁ ଏହା ଘତକ ସାଜିବନି । ରୋଗୀ ଏଥିରୁ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି ।

Show More

Related Articles

Back to top button