ଦେଶସ୍ୱତନ୍ତ୍ର

ଇନ୍‌ଷ୍ଟାଗ୍ରାମରେ ଆସିଲା ନୂଆ ଫିଚର,ମିଳିବ ଏହିସବୁ ସୁବିଧା

ଇନ୍‌ଷ୍ଟାଗ୍ରାମରେ ଆସିଲା ନୂଆ ଫିଚର । ଏଣିକି ୟୁଜରମାନେ ୧୫ ସେକେଣ୍ଡ ଥିବା ଭିଡିଓ ଷ୍ଟୋରୀକୁ ୬୦ ସେକେଣ୍ଡ ପାଇଁ ରଖିପାରିବେ। ଯେଉଁଥିପାଇଁ ଭିଡିଓ ଗୁଡ଼ିକ ଦେଖିବା ପାଇଁ ବାରମ୍ବାର ଟାପ୍ କରିବାକୁ ପଡିବ ନାହିଁ।

ଆମେ ସର୍ବଦା ଷ୍ଟୋରୀର ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛୁ। ଏବେ ୟୁଜରଙ୍କୁ ଲମ୍ବା ଭିଡିଓ ଗୁଡ଼ିକ ଦେଖିବା ପାଇଁ ବାରମ୍ବାର ଟାପ୍ କରିବାକୁ ପଡିବ ନାହିଁ। ଏହାବାଦ୍ ଲମ୍ବା ସମୟ ପର୍ଯ୍ୟନ୍ତ ଭିଡିଓ ଏବଂ ରିଲସ୍ ଗୁଡ଼ିକୁ ପୋଷ୍ଟ କରିବାର କ୍ଷମତା ଏହାର ମୁଳ ବିଷୟକୁ ବୁଝାଇବାରେ ସହଜ କରିବ। ଯାହା ପୁର୍ବରୁ ନଥିଲା। ଜୁନ୍ ମାସରେ ଇନଷ୍ଟାଗ୍ରାମ୍ ୬୦ ସେକେଣ୍ଡ ସୀମାରୁ ଆଗକୁ ଯାଇ ୯୦ ସେକଣ୍ଡ ରିଲସ୍ କରିବାକୁ ସୁଯୋଗ ଦେଇଥିଲା । ଏନେଇ କମ୍ପାନୀ ପ୍ରବକ୍ତା କହିଛନ୍ତି ।

ମେଟା ମାଲିକାନାରେ ଥିବା ଇଷ୍ଟାଗ୍ରାମ୍ ଏକ ନୂଆ ଷ୍ଟୋରେଜ୍ ଲେଆଉଟ୍‌ର ମଧ୍ୟ ପରୀକ୍ଷଣ କରୁଛି। ଯାହା ଅତ୍ୟଧିକ ପୋଷ୍ଟକୁ ଲୁଚାଇଥାଏ। ୟୁଜରର୍ସମାନେ ବର୍ତ୍ତମାନ ଏକାଥରକେ ୧୦୦ ଷ୍ଟୋରୀ ପୋଷ୍ଟ କରିପାରିବେ।

Show More

Related Articles

Back to top button