Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୧,୨୭୧ ଜଣ ନୂତନ କରୋନା ଆକ୍ତାନ୍ତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୨୭୧ ଜଣ ନୂତନ କରୋନା ଆକ୍ତାନ୍ତ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୩୭,୩୦୭ କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧,୩୫,୯୧୮, ଯାହା ଗତ ୫୨୨ ଦିନ (୧୭ ମାସ) ମଧ୍ୟରେ ସର୍ବନିମ୍ନ ଅଟେ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି ।

ସେହିଭଳି ଆଜି ଦେଶରେ ଆଉ ୨୮୫ କରୋନା ଆକ୍ତାନ୍ତଙ୍କ ମୃତ୍ୟୁ ହୋଇଛି ଯାହାଫଳରେ ମୃତକଙ୍କ ସଂଖ୍ୟା ୪,୬୩,୫୩୦ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହେଉଛି ୧,୩୫,୯୧୮ ଯାହାକି ସଂକ୍ରମିତ ସଂଖ୍ୟାର ୦.୩୯ ପ୍ରତିଶତ ଏବଂ ମାର୍ଚ୍ଚ ୨୦୨୦ ପରଠାରୁ ଏହା ସର୍ବନିମ୍ନ ଅଟେ । କୋଭିଡ -୧୯ରୁ ଜାତୀୟ ପୁନରୁଦ୍ଧାର ହାର ୯୮.୨୬ ପ୍ରତିଶତରେ ରେକର୍ଡ କରାଯାଇଛି ।

Show More

Related Articles

Back to top button