Breaking PLUSଖେଳ

ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମହାମୁକାବିଲା

ଆଜି ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ-୨୦୨୧ର ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ମୁହାମୁହିଁ ହେବାକୁ ଯାଉଛନ୍ତି ଦୁଇ ପଡୋଶୀ ରାଷ୍ଟ୍ର ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବ ଏହି ମହାମୁକାବିଲା । କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରିଛନ୍ତି ଟି-୨୦ର ନୂଆ ବିଜେତାକୁ ।

ସନ୍ଧ୍ୟା ସାଢ଼େ ୭ଟାରେ ଏହି ଦୁଇ ଦଳ ପରସ୍ପର ହେବେ ମୁହାଁମୁହିଁ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଚାମ୍ପିଅନ୍ ହୋଇନାହାନ୍ତି । ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା । ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଛି । ଦୁଇ ଟିମ୍ ଏଯାଏଁ କପ ନେଇନଥିବାରୁ ଆଜି ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

 

Show More

Related Articles

Back to top button