Breaking PLUSଓଡ଼ିଶାମୁଖ୍ୟ ଖବର

ତିନି ଦିନ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଚଳିତ ମାସରେ ତିନି ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ନଭେମ୍ବର ୧୪, ୧୫ ଓ ୧୯ ତାରିଖରେ  ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ନେଇ ଗତକାଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ଏସ୍‌ଓପି ଅନୁଯାୟୀ ପ୍ରତି ରବିବାର ଭଳି ୧୪ ତାରିଖ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଏହିଦିନ ଶ୍ରୀମନ୍ଦିର ପରିସର ଓ ବାହାର ଅଞ୍ଚଳ ବିଶୋଧନ କରାଯିବ ।

ସେହିପରି ୧୫ ତାରିଖରେ ବଡ଼ ଏକାଦଶୀ ପଡୁଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସେହିପରି ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିବ । ଉକ୍ତ ଦୁଇଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ କରୋନା କଟକଣା ଦୃଷ୍ଟିରୁ ଭିଡ଼ ଏଡ଼ାଇବା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯିବ ।

ଚଳିତବର୍ଷ ମହାପ୍ରଭୁଙ୍କ ନାର୍ଗାଜୁନ ବେଶ ପଡୁଥିବା ବିଭିନ୍ନ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି, ଯାହାକୁ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ମାତ୍ର ଚଳିତ ବର୍ଷ ନାଗାର୍ଜୁନ ବେଶ ପଡ଼ୁ ନ ଥିବା ଗବେଷକମାନେ ମତ ଦେଇଛନ୍ତି । ପୂର୍ବରୁ ମଧ୍ୟ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ପରମ୍ପରା ଅନୁଯାୟୀ ପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ ।

Show More

Related Articles

Back to top button