Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୨, ୫୧୬ କରୋନା ପଜିଟିଭ

୫୦୧ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୨, ୫୧୬ କରୋନା ସଂକ୍ରମିତ । ସେହିପରି ୨୪ ଘଣ୍ଟାରେ ଦେଶରେ ୧୩, ୧୫୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୮ ଲକ୍ଷ ୧୪ ହଜାର ୮୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୪୧୬ ରହିଛି ।

ଅନ୍ୟପଟେ, ଗତ ୨୪ ଘଣ୍ଟାରେ ଦେଶରେ ୫୦୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି  । ଏପର୍ଯ୍ୟନ୍ତ ଦେଶରେ ୪, ୬୨, ୬୯୦ କରୋନା ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୦୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୧୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୧୦. ୭୯ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Show More

Related Articles

Back to top button