Breaking PLUSଦେଶମୁଖ୍ୟ ଖବର

୨୪ ଘଣ୍ଟାରେ ଦେଶରେ ୧୪,୩୪୮ ସଂକ୍ରମିତ, ୮୦୫ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ତଳକୁ ରହିଛି କରୋନା ସଂକ୍ରମଣ । ଦେଶରେ ଧିରେ ଧିରେ କରୋନା ପ୍ରକୋପ କମୁଛି ଏହା ସହ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୪ ହଜାର ୩୪୮ ଜଣ କରୋନା ସଂକ୍ରମିତ ଏବଂ ମହାମାରୀରେ ୮୦୫ ଜଣଙ୍କ ଜୀବନ ମଧ୍ୟ ଯାଇଛି । ୮୦୫ ମୃତକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୧୯୧ରେ ପହଞ୍ଚିଛି । କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୮୩୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ୧୩ ହଜାର ୧୯୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩କୋଟି ୩୬ ଲକ୍ଷ ୨୭ ହଜାର ୬୩୨ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୩୩୪ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଅଭିଯାନ ବି ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୪ କୋଟି ୮୨ ଲକ୍ଷ ୯୬୬ ଲୋକ କରୋନା ଟିକା ନେଇଛନ୍ତି ।

Show More

Related Articles

Back to top button