ଦେଶ ବିଦେଶମୁଖ୍ୟ ଖବର

୫ ଦିନିଆ ଦିନିଆ ଇଟାଲୀ-ବ୍ରିଟେନ ଗସ୍ତରେ ପିଏମ ମୋଦି

ଜି -20 ବୈଠକରେ ଭାଗନେବେ

ରୋମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । G-20 ବୈଠକରେ ସାମିଲ ହେବାକୁ ରୋମ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ରହଣି କାଳରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରୋମ୍ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ଭାଟିକାନ ଯାଇ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୋଦି ରୋମ୍ ଏବଂ ଭାଟିକାନା ଗସ୍ତ କରିଛନ୍ତି । ସେଠାରୁ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ୟୁକେର ଗ୍ଲାସଗୋ ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ ।

 

modi
modi

 

ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

Show More

Related Articles

Back to top button