ସ୍ୱାସ୍ଥ୍ୟ

କେବେବି ବିନା ଡାଲିର ଭାତ ଖାଆନ୍ତୁ ନାହିଁ

ଆସନ୍ତୁ ଜାଣିବା ଭାତ ସହ ଡାଲି ଖାଇବା ଦ୍ୱାରା କେଉଁସବୁ ଫାଇଦା ମିଳିଥାଏ

ଭାରତୀୟ ମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ଭାତ ଓ ଡାଲି ଅଟେ l ଏହି ଖାଦ୍ୟକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ,ଏହା ସହିତ ଲୋକମାନେ ଆଚାର ,ପାମ୍ପଡ଼ ଓ ଅନ୍ୟ କିଛି ତରକାରୀ ଖାଇବାକୁ ପସନ୍ଦ କରନ୍ତି l କିନ୍ତୁ କିଛି ଲୋକ ଥାନ୍ତି ଯେଉଁମାନେ କେବଳ ଭାତ ସହିତ ଅନ୍ୟ ଯେ କୌଣସି ତରକାରୀ ଖାଇବାକୁ ପସନ୍ଦ କରନ୍ତି l କିନ୍ତୁ ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ କେବେବି ଭୁଲରେ ମଧ୍ୟ ବିନା ଡ଼ାଲିରେ ଭାତ ଖାଇବା ଆବଶ୍ୟକ ନୁହେଁ l

ଯେତେବେଳ ପର୍ଯ୍ୟନ୍ତ ଆମେ ଏହି ଦୁଇଟିକୁ ମିଶାଇ ଖାଇବା ନାହିଁ ତେବେ ଆମ ଶରୀରକୁ କୌଣସି ପୋଷାକ ତତ୍ୱ ମିଳିବ ନାହିଁ l ଆଜି ଆମେ ଆପଣଙ୍କୁ ଭାତ ଡାଲି ଏକ ସାଙ୍ଗରେ ମିଶାଇ ଖାଇବାର ବୈଜ୍ଞାନିକ କାରଣ କହିବୁ l ଭାତ ଡାଲି ପ୍ରସ୍ତୁତ କରିବା ଯେତିକି ସହଜ ଦେହ ପାଇଁ ମଧ୍ୟ ସେତିକି ହିତକର l

* ଜର୍ମାନୀର ବୈଜ୍ଞାନିକ ମାନେ ଗୋଟିଏ ଅଧୟନରୁ ପାଇଛନ୍ତି ଯେ ଭାତ ଓ ଡାଲି ଏକାସାଙ୍ଗରେ ଖାଇବା ଦ୍ୱାରା ଜେନେଟିକ ଡିଜଅର୍ଡର ଦୂର ହୋଇଥାଏ l ଏହି ଅଧୟନ ବିଶ୍ୱବିଦ୍ୟାଳୟର ପ୍ରଫେସର ରା଼ଲ୍ଫ ଲୁଡ଼ବିଜ ଙ୍କ ସହିତ ୩ ଜଣ ରୁଷୀୟ ବୈଜ୍ଞାନିକ ଙ୍କ ସହିତ ଭାରତୀୟ ବୈଜ୍ଞାନିକ ୟିସ୍କା ଗୁପ୍ତl ମଧ୍ୟ ସାମିଲ ଥିଲେ l

* ଅନ୍ୟ ଗୋଟିଏ ଅଧୟନରୁ ଜଣା ପଡିଛି ଯେ ଲ୍ୟୁପସ ଅଟୋଇମ୍ୟୁନ ରୋଗରେ ଆକ୍ରାନ୍ତ ଥିବା କିଛି ମୂଷା ଙ୍କ ଉପରେ ଗବେଷଣା କରାଯାଇଥିଲା l ଯେଉଁଥିରେ ସେମାନଙ୍କୁ ଭାତ ସହିତ ଡାଲି ଖାଇବାକୁ ଦିଆଯାଇଥିଲା l ସେମାଙ୍କର ପାଖରେ ଏହି ରୋଗ ଧୀରେ ଧୀରେ କମିଯାଇଥିଲା l ଏହି ରୋଗ DNA ସହିତ ଯୋଡି ହୋଇଥାଏ l

* ଆଉ ଏକ ଅଧୟନରେ ଜଣ ପଡିଲା ଯେ ମୂଷା ମାନଙ୍କ ନିକଟରେ ମିଳୁଥିବା ବିଭିନ୍ନ ରୋଗର ସମାଜସ୍ୟ ମାନବ ଶରୀର ସହିତ ଅଛି l ଅଟୋ ଇମ୍ୟୁନ ଶରୀରର ଯେକୌଣସି ସ୍ଥାନରେ ହୋଇପାରେ l ଯେପରି କି କିଡ୍ନୀ ,ଫୁସଫୁସ ଓ ମସ୍ତିସ୍କ ଇତ୍ୟାଦି l ଏହି ରୋଗ ସମୟରେ ମୂଷା ମାନଙ୍କୁ ପିଜା ଓ ବର୍ଗର ଇତ୍ୟାଦି ଏକ ମାସ ଖାଇବାକୁ ଦେଇଥିଲେ ,କିନ୍ତୁ ସେମାନଙ୍କର ପାଖରେ ଏହି ଜୀବାଣୁ ଅଧିକ ବଢିଆଯାଇଥିଲା l କିନ୍ତୁ ଡାଲି ଭାତ ମିଶାଇ ଖାଇବାକୁ ଦିଆଯିବ ଦ୍ୱାରା ମୂଷାମାନେ ଏହି ରୋଗରୁ ସୁସ୍ଥ ହୋଇଥିଲେ l

* ଡାଲିରେ ଅମିନୋ ଏସିଡ ଓ ପ୍ରୋଟିନ ଅଧିକ ପରିମାଣରେ ରହିଥାଏ l ଏହାକୁ ଭତରେ ମିଶାଇ ଖାଇବା ଦ୍ୱାରା ଏହାର ପୋଷାକ ତତ୍ୱ ଆହୁରି ଅଧିକ ବଢି ଯାଇଥାଏ l ତା ସହିତ ଡାଲି ଓ ଭାତ ଏକା ସହିତ ମିଶିଯିବ ଦ୍ୱାରା ଶରୀରକୁ ଫାଇବର ମିଳିଥାଏ l ଯାହା ଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହେବ ସହିତ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଥାଏ l

* ଡାଲି ସହିତ ଉଷୁନା ଭାତ ଖାଇଲେ ଅଧିକ ଲାଭ ମିଳେ l କାରଣ ଉଷୁନା ଭାତରେ ସେଲେନିୟମ ,ମାଙ୍ଗାନିଜ ,କପର ,ଫସଫରସ ଓ ମ୍ୟାଗନେସିୟମ ରହିଛି ଯାହାକୁ ଆମେ ଡାଲି ସହିତ ମିଶାଇ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ ମିଳିବ ସହିତ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ l

Show More

Related Articles

Back to top button