ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ସୂର୍ଯ୍ୟଙ୍କ କିରଣରୁ ଭିଟାମିନ-ଡି ପାଉନଥିଲେ, ଅବଲମ୍ବନ କରନ୍ତୁ ନିମ୍ନଲିଖିତ ଉପାୟକୁ

ହାଡ଼କୁ ସୁସ୍ଥ କରିବା ପାଇଁ ଭିଟାମିନ-ଡି ନିତାନ୍ତ ଆବଶ୍ୟକ l ଶରୀରରେ ଥିବା ଭିଟାମିନ-ଡି ଇମ୍ୟୁନିଟିକୁ ମଝବୁତ ରଖିବା ସହିତ ବିଭିନ୍ନ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ l ଆମେମାନେ ସୂର୍ଯ୍ୟଙ୍କ କିରଣରୁ ପାଖାପାଖି ୮୦ ପ୍ରତିଶତ ପର୍ଯ୍ୟନ୍ତ ଭିଟାମିନ-ଡି ଗ୍ରହଣ କରିଥାଉ l କିନ୍ତୁ ବେଳେ ବେଳେ ଦେଖା ଯାଇଥାଏ ଅଧିକାଂଶ କାରଣରୁ ଲୋକମାନେ ସକାଳର ଖରାକୁ ଯାଇ ପାରନ୍ତି ନାହିଁ ,ଯେଉଁ କାରଣରୁ ତାଙ୍କ ଶରୀରରେ ଭିଟାମିନ-ଡି ର କମି ହୋଇଥାଏ l ଯାହା ହାଡ଼କୁ ଦୁର୍ବଳ କରିବାର ମୁଖ୍ୟ କାରଣ ଅଟେ

ଯଦି ଆପଣଙ୍କ ସହିତ ଏପରି କିଛି ଅସୁବିଧା ହେଉଛି ଯାହା ଦ୍ୱାରା ଆପଣ ସକାଳର ଖରାରେ ନିଜ ଶରୀରକୁ ସତେଜ କରୁ ନାହାନ୍ତି ତେବେ ନିମ୍ନଲିଖିତ ଉପାୟକୁ ଅବଲମ୍ବନ କରନ୍ତୁ l

* କମଳା-କମଳା ଭିଟାମିନ-ସି ଓ ଡି ର ଗୋଟିଏ ମଝବୁତ ସ୍ରୋତ ଅଟେ l ଯଦି ସୀତା ଋତୁରେ ଆପଣ କେଉଁ କାରଣରୁ ଖରାରେ ନିଜକୁ ସତେଜ ନକରି ପାରୁଛନ୍ତି ତେବେ ଭିଟାମିନ-ଡି ର କମିକୁ ଆପଣଙ୍କ ଶରୀରରେ ପୂର୍ଣ୍ଣ କରିବା କମଳା l ତେଣୁ ଆପଣ ନିଜ ମାଧ୍ୟାନ ଭୋଜନ ପୂର୍ବରୁ କାମାଲର ଜୁସ କିମ୍ବା କମଳା ଖାନ୍ତୁ l

* ଛତୁ -ଛତୁ ନିୟମିତ ଖାଇବା ଦ୍ୱାରା ଆମ ଶରୀର ପାଖାପାଖି ୨୦ ପ୍ରତିଶତ ଭିଟାମିନ-ଡି ପାଇଥାଏ ,ଯାହା ଆମ ଶରୀରକୁ ଭିଟାମିନ-ଡି ଯୋଗାଇବାରେ ଗୋଟିଏ ଭଲ ପଦକ୍ଷପ ନେଇ ପରେ l କେବଳ ସେତିକି ନୁହେଁ l ଛତୁର ଥିବା ଅନେକ ଗୁଡିଏ ପୋଷକତତ୍ୱ ଇମ୍ୟୁନିଟି ବଢାଇବାର କାମ ମଧ୍ୟ କରିଥାଏ ,ଯାହା ଆମକୁ ଥଣ୍ଡା କାଶ ପ୍ରଭୃତି ଶୀତଦିନିଆ ରୋଗରୁ ରକ୍ଷା କରେ l

* ଅଣ୍ଡା-ଅଣ୍ଡାର ଧଳା ଅଂଶଟିକୁ ଆମେ ପ୍ରୋଟିନ ପ୍ୟାକ ଭାବରେ ଗ୍ରହଣ କରିଥାଉ l ଯେବେକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଧଳା ଅଂଶ ଭିଟାମିନ-ଡି ର ଗୋଟିଏ ଭଣ୍ଡାର ଅଟେ l ତେଣୁକରି ଆପଣ ଭିଟାମିନ-ଡି ର କାମିକୁ ଦୂର କରିବା ପାଇଁ ସୀତା ଦିନରେ ସପ୍ତାହକୁ ତିନିଥର ଅଣ୍ଡା ସେବନ କରନ୍ତୁ l

* ଆଲମଣ୍ଡ -ଆଲମଣ୍ଡ ଭିଟାମିନ-ଡି ର ଗୋଟିଏ ଭରପୁର ସ୍ରୋତ ଅଟେ l ଆଲମଣ୍ଡ ଥିବା ଭିଟାମିନ-ଡି ର ପରିମାଣ ଆପଣଙ୍କୁ ଅନେକ ଗୁଡିଏ ଶାରୀରିକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିବା l ଆଲମଣ୍ଡର ପ୍ରସ୍ତୁତ କ୍ଷୀରରେ ଭିଟାମିନ-ଡି ଓ କ୍ୟାଲସିୟମ ଭଲ ମାତ୍ରାରେ ରହିଛି l ଯାହା ହାଡ଼କୁ ମଝବୁତ କରିବା ସହିତ ଟିସୁ ଗୁଡିକର ବିକାଶ କରିବାରେ ସାହାଯ୍ୟ କରିଥାଏ l ତେଣୁ ଡାକ୍ତର ମନେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ସକାଳୁ ବତୁରା ଯାଇଥିବା ଆଲମଣ୍ଡକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି l

* ମାଛ -ମାଛ ଭିଟାମିନ-ଡିର ଗୋଟିଏ ଭଲ ସ୍ରୋତ ଅଟେ l ଗବେଷକ ମାନଙ୍କ ଅନୁସାରେ ମାଛ ଆପଣଙ୍କ ହାଡ଼କୁ ମାଝବୁତ କରିବା ସହିତ ଦେହକୁ ସତେଜ ରଖେ ,କାରଣ ମାଛ ଆପଣଙ୍କ ଶରୀରରେ ଭିଟାମିନ-ଡି ର ଏକ ତୃତୀୟାଂଶ ମାତ୍ରାକୁ ପୂର୍ଣ୍ଣ କରିଥାଏ l ତେଣୁ ଶୀତଦିନେ ମାଛ ଖାଇବା ନିହାତି ଆବଶ୍ୟକ l

Show More

Related Articles

Back to top button