ଜୀବନଚର୍ଯ୍ୟାଦେଶ ବିଦେଶ

ମାର୍ଗଶୀରମାସ ଗୁରୁବାରରେ ଏହିପରି କରନ୍ତୁ ଶଙ୍ଖ ପୂଜା, ମାତା ଲକ୍ଷ୍ମୀଙ୍କଠାରୁ ମିଳିଥାଏ ବରଦାନ

ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନେକ ଗୁଡିଏ ରଙ୍ଗ ରହିଛି l ସନାତନ ସଂକୃତିରେ ଗୋଟିଏ ବର୍ଷକୁ ୧୨ ଟି ମାସରେ ବିଭାଜିତ କରାଯାଇଛି ଓ ସମସ୍ତ ୧୨ ମାସକୁ ଅଲଗା ଅଲଗା ଦେବା ଦେବୀଙ୍କୁ ସମର୍ପଣ କରାଯାଇଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶିର ସମସ୍ତ ମାସ ମାନଙ୍କ ଭିତରେ ଶ୍ରେଷ୍ଠ ଅଟେ ଓ ପୁରାଣ ପୃଷ୍ଠାରେ କୁହାଯାଇଛି ଯେ ସତ୍ୟଯୁଗ ମାର୍ଗଶିର ମାସରୁ ଆରମ୍ଭ ହୋଇଥିଲା

ମାନ୍ୟତା ରହିଛି ଯେ ଧର୍ମ ଶାସ୍ତ୍ରର ଅନୁସାରେ ମାର୍ଗଶିର ମାସର ସମ୍ବଦ୍ଧ ଜ୍ୟୋତିଷ ଶାସ୍ତ୍ରରୁ ୨୭ ଟି ନକ୍ଷେତ୍ର ମାନଙ୍କ ମଧ୍ୟରୁ ଗୋଟିଏ ମୃଗଶିରା ନକ୍ଷେତ୍ର ଅଟେ l ତେଣୁ ଏହି ମାସଟିକୁ ମାର୍ଗଶିର ମାସ କୁହାଯାଏ l ମର୍ଗଶୀର ମାସରେ ଲକ୍ଷ୍ମୀ ପୂଜନର ବିଶେଷ ମହତ୍ୱ ରହିଛି l ଆମେ ମାର୍ଗଶିର ମଶା ଗୁରୁବାର ଦିନ ଲକ୍ଷ୍ମୀଙ୍କର ବିଶେଷ ପୂଜା କରିଥାଉ l

ଓଡ଼ିଆ ସମ୍ପ୍ରଦାୟ ବ୍ୟତୀତ ଅଧିକାଂଶ ସଂପ୍ରଦାୟରେ ମାର୍ଗଶିର ମାସ ଗୁରୁବାରରେ ଲକ୍ଷ୍ମୀ ପୂଜନ କରାଯାଇଥାଏ l ଏହି ଗୁରୁବାର ଦିନ ଘର ବାହାର ଝୋଟି ପକାଯାଇ ଭୋର ୪ଟା ସମୟରୁ ସ୍ତ୍ରୀଲୋକ ମାନେ ଗାଧୋଇ ପୂଜା କରିବାକୁ ତତ୍ପର ହୁଅନ୍ତି l ବିଭିନ୍ନ ପ୍ରକାରର ପ୍ରସାଦ ଲଗାଇ ଦୀପଦେଇ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଯାଏ l କିନ୍ତୁ ଏହି ସମସ୍ତ ସହିତ ଆପଣ ହୁଏତ ଜାଣି ନଥିବେ ଶଙ୍ଖ ପୂଜା କରିବାର ମାର୍ଗଶିର ମାସରେ ଏକ ବିଶେଷ ମହତ୍ୱ ରହିଛି l ଯଦି ଆମେ ଗୁରୁବାର ଦିନ ଶଙ୍ଖଙ୍କୁ ଭଗବାନ ସ୍ୱରୂପ ମନେକରି ଅଖ୍ୟାତ ,ହଳଦୀ ,ଚନ୍ଦନ ଓ ତୁଳସୀ ସମର୍ପଣ କରିବା ତେବେ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ l ଏହି ଦିନ ଲକ୍ଷ୍ମୀଙ୍କ ପାଖରେ ଘିଅଦୀପ ସମର୍ପଣ କରିବା ସହିତ ଶଙ୍ଖ ପାଖରେ ମଧ୍ୟ ସମର୍ପଣ କରନ୍ତୁ l

ଶଙ୍ଖ ପୂଜା ଦ୍ୱାରା ମିଳୁଥିବା ଲାଭ –

ଶାସ୍ତ୍ରର ମାନ୍ୟତା ଅନୁସାରେ ଶଙ୍ଖର ଉତ୍ପତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା l ସମୁଦ୍ର ମନ୍ଥନ ବେଳେ ମା ଲକ୍ଷ୍ମୀଙ୍କର ମଧ୍ୟ ଉତ୍ପତି ହୋଇଥିଲା ,ସେଥିପାଇଁ ପୌରାଣିକ ମାନ୍ୟତାରେ ଶଙ୍ଖକୁ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଏ l ମାନ୍ୟତା ରହିଛି ଯେ ଶଙ୍ଖକୁ ପୂଜା କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ ହୋଇଥାନ୍ତି ଓ ଶଙ୍ଖକୁ ୱାପସନ କରୁଥିବା ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି l ଯେଉଁ ବ୍ୟକ୍ତି ଗୁରୁବାର ଦିନ ଲକ୍ଷ୍ମୀଙ୍କ ପାଖରେ ଶଙ୍ଖ ରଖି ପୂଜା କରେ ତେବେ ଘରକୁ ସୁଖ ସମୃଦ୍ଧି ଆସିଥାଏ l ଆପଣ ଦେଖିଥିବେ ଯେ ଦେବାଳୟରେ ପୂଜା କରାଯାଉଥିବା ଶଙ୍ଖ ଦ୍ୱାରା ସମୃଦ୍ଧି ଲାଭ ପାଇଁ ପାଣି ଛିଞ୍ଚା ଯାଇଥାଏ l ତା ସହିତ ବିଷ୍ଣୁଙ୍କର ମଧ୍ୟ ଶଙ୍ଖ ପ୍ରିୟ ଅଟେ l

Show More

Related Articles

Back to top button