ଜୀବନଚର୍ଯ୍ୟା

ରାମାୟଣର ରୋଚକ କଥା

ଆଜି ମଧ୍ୟ ଜୀବିତ ଅଛନ୍ତି ଶ୍ରୀ ରାମଙ୍କ ଭକ୍ତ ବିଭୀଷଣ

ମହର୍ଷି ବିଶ୍ରବା ଓ ଅସୁରକନ୍ୟା କେକସି ସଂଯୋଗ ବଶତଃ ତିନିଟି ପୁତ୍ରକୁ ଜନ୍ମ ଦେଇଥିଲେ ସେମାନେ ହେଲେ ରାବଣ ,କୁମ୍ଭକର୍ଣ୍ଣ ଓ ବିଭୀଷଣ l ବିଭୀଷଣ ଭାଇ ମାନଙ୍କ ମଧ୍ୟରେ ସବୁଠୁ ସାନ ଥିଲେ l ପିଲା ବେଳରୁ ତାଙ୍କର ଧର୍ମ ପ୍ରତି ଅଧିକ ରୁଚି ରହିଥିଲା ଓ ସେ ଭଗବାନ ରାମଙ୍କର ପରମଭକ୍ତ ଥିଲେ l ତିନି ଭାଇ ଅନେକ ଦିନ ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ କରିଥିଲେ l ବ୍ରହ୍ମା ପ୍ରକଟ ହୋଇ ତିନି ଭାଇଙ୍କୁ ବର ମଂଜିବାକୁ କହିଲେ l ବଡଭାଇ ରାବଣ ନିଜର ଶୋଭାବ ଅନୁସାରେ ତ୍ରିଲୋକ ଜୟ କରିବାର ବର ମାଗିଥିଲେ ,କୁମ୍ଭକର୍ଣ୍ଣ ୬ ମାସ ଶୋଇବେ ଓ ୬ ମାସ ଉଜାଗର ରହିବାର ବାର ମାଗିଥିଲେ କିନ୍ତୁ ସବୁଠୁ ସାନ ବିଭୀଷଣ ତାଙ୍କ ପାଖରୁ ଭାଗବତ ଭକ୍ତି ପାଇଁ ବର ମାଗିଲେ l ତିନି ଭାଇଙ୍କୁ ଉପଯୁକ୍ତ ବର ଦେଇ ବ୍ରହ୍ମା ନିଜ ସ୍ଥାନକୁ ଚାଲିଗଲେ l ତପସ୍ୟାରୁ ଫେରିବା ପରେ ରାବଣ ନିଜର ସାବତ ଭାଇ କୁବେରଙ୍କ ପାଖରୁ ସ୍ୱର୍ଣ୍ଣ ଲଙ୍କା ଅକ୍ତିଆର କରିଥିଲେ ଓ ବ୍ରହ୍ମାଙ୍କ ବର ଦାନ ଯୋଗୁ ତ୍ରିଲୋକ ବିଜୟୀ ହୋଇଗଲା l

ବ୍ରହ୍ମାଙ୍କ ସୃଷ୍ଟିରେ ଯେତେବି ଶରୀର ଧରି ପ୍ରାଣୀ ଥିଲେ ସମସ୍ତେ ରାବଣର ଅଧୀନରେ ରହିଲେ ,ସେହିଭଳି ବିଭୀଷଣ ମଧ୍ୟ ରାବଣର ଅଧୀନରେ ରହିଥିଲେ l ଯେତେବେଳେ ରାବଣ ସୀତାଙ୍କୁ ହରଣ କଲା ସେତେବେଳେ ବିଭୀଷଣ କହିଥିଲେ ପର ସ୍ତ୍ରୀକୁ ହରଣ କରିବା ମହାପାପ ଅଟେ l ସେ ବାରମ୍ବାର ରାଵଣଙ୍କୁ ଉପଦେଶ ଦେଇଥିଲେ ସୀତାଙ୍କୁ ଛାଡ଼ିଦେବା ପାଇଁ l ଯେତେବେଳେ ହନୁମାନ ସୀତାଙ୍କୁ ଠାବ କରିବାକୁ ଲଙ୍କାରେ ପହଞ୍ଚିଥିଲେ ସେତେବେଳେ ଦେଖିବାକୁ ପାଇଲେ ବିଭୀଷଣଙ୍କ ଘର ଚାରିକଡ଼ ତୁଳସୀ ବୃକ୍ଷ ଲାଗିଛି l

ସୂର୍ଯ୍ୟ ଉଦୟର ସମୟ ହୋଇଥିବା କାରଣରୁ ବିଭୀଷଣ ରାମନାମା ନେଇ ନିଦ୍ରା ଭଙ୍ଗ କଲେ l ରାକ୍ଷସ ମାନଙ୍କ ନଗରୀରେ ରାମ ଭକ୍ତକୁ ଦେଖି ହନୁମାନ ଆଶ୍ଚର୍ଯ୍ୟ ହୋଇଥିଲେ ଏହା ପରେ ଦୁଇ ରାମ ଭକ୍ତଙ୍କର ମିଳନ ହେଲା l ହନୁମାନଙ୍କର ଦର୍ଶନ କରି ବିଭୀଷଣ ଭାବ ବିହୋଳ ହୋଇଗଲେ l ଏହା ପରେ ହନୁମାନ ମା ସୀତାଙ୍କର ଠିକଣା ବିଭୀଷଣଙ୍କ ପାଖରୁ ପଚାରି ଅଶୋକ ବାଟିକାରେ ପ୍ରବେଶ କଲେ l

ଅଶୋକ ବାଟିକାରେ ପ୍ରବେଶ କରିବା ପରେ ମା ସୀତାଙ୍କୁ ଦର୍ଶନ କରିଥିଲେ l ରାବଣ ନିଜର ଅଶୋକ ବାଟିକାର ଧ୍ବଂସ ଓ ଅକ୍ଷୟ କୁମାରଙ୍କ ବଦ୍ଧ ଅପରାଧରେ ହନୁମାନଙ୍କୁ ପ୍ରାଣ ଦଣ୍ଡ ଦେବା ପାଇଁ ଚିନ୍ତା କରିଥିଲେ ଓ ତାଙ୍କ ଲାଞ୍ଜରେ ନିଆଁ ଲଗାଇବାକୁ ଆଦେଶ ଦେଇଥିଲା l କିନ୍ତୁ ହନୁମାନ ବିଭୀଷଣଙ୍କ ଘର ଛାଡି ସାରା ଲଙ୍କାପୁରିକୁ ଜଳାଇ ଦେଇଥିଲେ l ବିଭୀଷଣ ବାରମ୍ବାର ରାଵଣଙ୍କୁ ଅନୁରୋଧ କରିଥିଲେ ଯେ ସୀତାଙ୍କୁ ଫେରାଇ ଦେବା ପାଇଁ କିନ୍ତୁ ରାବଣ ଏହି କଥାରେ କ୍ଷିବ୍ଧ ହୋଇ ଲଙ୍କାରୁ ବିଭୀଷଣଙ୍କୁ ବାହାର କରି ଦେଇଥିଲେ l ଏହା ପରେ ବିଭୀଷଣ ଶ୍ରୀରାମଙ୍କ ଚରଣକୁ ଯାଇଥିଲେ l ରାମ ରାବଣଙ୍କ ଯୁଦ୍ଧରେ ରାବଣର ପରିବାର ସମୂଳେ ଧ୍ୱଂସ ହୋଇଥିଲେ l ଏହା ପରେ ଶ୍ରୀରାମ ବିଭୀଷଣଙ୍କୁ ଲଙ୍କାର ରାଜା କରିଥିଲେ ଓ ଅଜର ଅମର ହେବାର ବରଦାନ ଦେଇଥିଲେ l ବିଭୀଷଣ ସପ୍ତ ଚିରଞ୍ଜିବିଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ ଆଜି ପର୍ଯ୍ୟନ୍ତ ଏହି ପୃଥିବୀ ଉପରେ ଜୀବିତ ଅଛନ୍ତି l

Show More

Related Articles

Back to top button