ଦେଶ ବିଦେଶମୁଖ୍ୟ ଖବର

ଚୀନ୍ ରେ ଏବେ ଖାଦ୍ୟ ସଙ୍କଟ: ଭାରତରୁ କିଣିବ ଭଙ୍ଗା ଚାଉଳ

ଖାଦ୍ୟ ସଙ୍କଟ ଦେଇ ଯାଉଥିବା ଚୀନ ନିଜ ଦେଶର ଜନତାଙ୍କ ପେଟ ଭରିବା ପାଇଁ ଭାରତ ଆଡକୁ ସାହାଯ୍ୟ ମାଗିଛି l ଚୀନ ୩୦ ବର୍ଷ ମଧ୍ୟରେ ପ୍ରଥମଥର ଭାରତରୁ ଚାଉଳ ନେବ l ଏହା ବ୍ୟତୀତ ଭାରତ ଚୀନକୁ ଶସ୍ତା ମୂଲ୍ୟରେ ଭଙ୍ଗା ଚାଉଳ ବିକିବାର ଅଫର ଦେଇଛି

ଗଣମାଧ୍ୟମ ଏଜେନ୍ସି ରାୟଟର୍ସ ଅନୁସାରେ ଭାରତର ବ୍ୟପାରୀ ମାନେ ପାଖାପାଖି ୧ ଲକ୍ଷ ଟନ ଚାଉଳ ଚୀନକୁ ରପ୍ତାନି କରିବା ପାଇଁ ଚୁକ୍ତି କରିଛନ୍ତି l କହି ରଖୁଛୁ ଯେ ଭାରତ ବିଶ୍ୱର ସବୁଠୁ ଅଧିକ ଚାଉଳ ଉତ୍ପାଦନ କରୁଥିବା ଦେଶ ଅଟେ l ଚୀନ ନିଜ ଦେଶର ୧.୪ ଆରବ ଜନତାଙ୍କ ପେଟ ଭରିବା ପାଇଁ ବର୍ଷକୁ ୪୦ ଲକ୍ଷ ଟନ ଚାଉଳ ବାହାରୁ ଆଣିଥାଏ l

କିନ୍ତୁ ଗତ କିଛିବର୍ଷ ହେଲାଣି ଚୀନ ଭାରତରୁ ଚାଉଳ ନେଉନାହିଁ ,କାରଣ ସେ ଭାରତ ଉପରେ ଚାଉଳର ଗୁଣବର୍ତ୍ତକୁ ନେଇ ତିପାଣି ଦେଇଥିଲା l କହି ରଖୁଛୁ ଯେ ଚୀନ ଆଗରେ ଖାଦ୍ୟ ସଙ୍କଟ ଦେଖା ଦେଇଥିବାର ଅନେକ କାରଣ ରହିଛି l ଚୀନରେ ବିଶ୍ୱର ପାଖାପାଖି ୨୨ ପ୍ରତିଶତ ଆବାଦୀ ରହିଛି ,କିନ୍ତୁ ତା ପାଖରେ ବିଶ୍ୱର ପାଖାପାଖି ୭ ପ୍ରତିଶତ ଚାଷ ଜମି ରହିଛି l ୧୯୪୯ ରେ ଚୀନ ଉଦ୍ୟଗି କାରଣ ଓ ସହରୀ କରଣ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ,ଯାହା ଦ୍ୱାରା ଚାଷ ଯୋଗ୍ୟ ଭୂମି କମି ଯାଇଥିଲା l ଯେଉଁ କାରଣରୁ ବର୍ତ୍ତମାନ ଚୀନରେ ଖାଦ୍ୟ ସଙ୍କଟ ଉପୁଜୁଛି l

ଭାରତର ଚାଉଳ ବ୍ୟବସାୟୀଙ୍କ ଅନୁସାରେ ଭାରତ ସହିତ ଉତେଜନା ମଧ୍ୟରେ ଚୀନ ଚାଉଳ ମକିଣିବା ପାଇଁ ଥାଇଲାଣ୍ଡ ,ମିଆଁମାର ,ଭିଏତନାମ ଓ ପାକିସ୍ତାନ ସହିତ କଥା ହୋଇଥିଲା l କିନ୍ତୁ ଏହି ଦେଶ ମାନଙ୍କରେ ଚାଉଳର ମାତ୍ରା ସୀମିତ ଅଟେ l ଏହା ସହିତ ଏହି ଦେଶ ଗୁଡିକ ଚାଉଳ ବିକିବା ପାଇଁ ପ୍ରତେକ ଟନ ପିଛା ୩୦ ଡଲାର ଅଧିକ ନେଉଥିଲେ l ମିଳିଥିବା ସୂଚନା ଅନୁସାରେ ଚୀନ ଭାରତ ପାଖରୁ ୧ ଲକ୍ଷ ଟନ ଭଙ୍ଗା ଚାଉଳ ଡିସେମ୍ବରରୁ ଫେବୁଆରି ମାସ ମଧ୍ୟରେ କିଣିବ l ଏଥିପାଇଁ ୩୦୦ ଡଲାର ପ୍ରତି ଟନ ପିଛା ମୂଲ୍ୟ ଧାର୍ଯ୍ୟ ହୋଇଛି l ଶେଷରେ ଚାରି ପଟରୁ ନିରାଶ ହେବ ପରେ ଭାରତ ପାଖରୁ ଚାଉଳ କିଣିବାକୁ ବାଧ୍ୟ ହେଲା l

Show More

Related Articles

Back to top button