ଦେଶ ବିଦେଶରାଜନୀତି

ନେପାଳରେ ରାଜନୈତିକ ସଙ୍କଟ ତେଜିଲା

ପ୍ରଧାନମନ୍ତ୍ରୀ ଓଲି ସଂସଦ ଭଙ୍ଗ କରିବାପାଇଁ ସୁପାରିଶ

ଭାରତର ପଡୋଶୀ ଦେଶ ନେପାଳରେ ଗତ କିଛି ମାସ ହେଲା ଚାଲିଥିବା ରାଜା ନୈତିକ ଅସନ୍ତୋଷ ବର୍ତ୍ତମାନ ରାଜନୈତିକ ସଂକଟରେ ପରିବର୍ତନ ହୋଇଯାଇଛି l ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶର ରାଷ୍ଟ୍ରପତିଙ୍କୁ ନେପାଳର ସଂସଦକୁ ଭଙ୍ଗ କରିବା ପାଇଁ ଅପିଲ କରିଛନ୍ତି l ଏହା ପୂର୍ବରୁ ଓଲି କ୍ୟାବିନେଟର ଏକ ଅପାତକାଳୀନ ବୈଠକ ଡ଼କାଇଥିଲେ l ଉର୍ଜା ମନ୍ତ୍ରୀ କହିଛନ୍ତି ଯେ ଏହି ବୈଠକ ପରେ ସେ ସଂସଦକୁ ଭଙ୍ଗ କରିବା ପାଇଁ ଆବେଦନ ରାଷ୍ଟ୍ରପତିଙ୍କୁ ପଠାଇ ଥିଲେ lସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲି ଏହି ନିର୍ଣ୍ଣୟ ତରବରିଆ ଭାବରେ ନେଇଛନ୍ତି l

ଏହା ଏଥିପାଇଁ ହୋଇଛି ରବିବାର ଦିନ ସକାଳେ କ୍ୟାବିନେଟ ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ନଥିଲେ l ଏହା ଲୋକ ତାନ୍ତ୍ରିକ ମାନଦଣ୍ଡ ବିରୁଦ୍ଧରେ ଯାଇଛି l ନପାଳର ସତାରୁଢ଼ ପାର୍ଟିର ନାରାୟଣ ଜି କହିଛନ୍ତି ଯେ ତାଙ୍କର ଏହି ନିଷ୍ପତି ରାଷ୍ଟ୍ରକୁ ପଛକୁ ନେଇଯିବ l ଏହି ନିଷ୍ପତିକୁ ଲାଗୁ କରାଯିବ ଉଚିତ ନୁହେଁ lକହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ଓଲି ଓ ପାର୍ଟିର ସହ ଅଧକ୍ଷ ପ୍ରଚଣ୍ଡଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବା କାରଣରୁ ସୁଧାରିବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା ଚାଲିଥିଲା ,ଯାହା ବିଫଳ ହୋଇଯାଇଥିଲା l ପ୍ରଚଣ୍ଡଙ୍କ ପକ୍ଷରୁ ପାର୍ଟିର ବୈଠକକୁ ନେଇ ଚାପ ପଡିବ ଦ୍ୱାରା ଓଲି ସିଧାସଳଖ କହିଥିଲେ ଯେ ଏହି ବୈଠକର ଆବଶ୍ୟକତା ନାହିଁl

Show More

Related Articles

Back to top button