ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଘରେ ଏହିସବୁ ଇଣ୍ଡୋର ପ୍ଲାଣ୍ଟ ରଖନ୍ତୁ

ଯାହା ଦ୍ୱାରା ନିଜର ସ୍ୱାସ୍ଥ୍ୟ ସୁନ୍ଦର ରହିବ

ଘର ଭିତରେ ଗଛ ରଖିବା ଦ୍ୱାରା ବିଭିନ୍ନ ପ୍ରକାରର ଲାଭ ମିଳିଥାଏ l ଘର ଭିତର ସତେଜ ଲାଗିବା ସହିତ ବାୟୁ ପ୍ରଦୂଷଣ ମୁକ୍ତ ହୁଏ l ଏପରି ଗଛ ରଖିଲେ ଘରଭିତରେ ସକାରତ୍ମକ ଶକ୍ତି ଉତ୍ପନ ହୁଏ l ପ୍ରଦୂଷିତ ବାୟୁରେ ଥଣ୍ଡା ଓ ସର୍ଦି ପ୍ରଭୃତି ଲାଗି ରହିଥାଏ l ଏହା ସହିତ ଲନ୍ସ କ୍ୟାନ୍ସର ହବାର ସମ୍ଭାବନା ରହିଥାଏ l ଆସନ୍ତୁ ଆଜି ଜାଣିବା କେଉଁ ସବୁ ଗଛ ଘରର ବାତାବରଣକୁ ସୁସ୍ଥ ରଖିବ –

* ମାନିପ୍ଲାଣ୍ଟ-ଅଧିକାଂଶ ଘରେ ମାନିପ୍ଲାଣ୍ଟ ଆମେ ଦେଖିବାକୁ ପାଇଥାଉ l ଏହି ଗଛଟି ଘରେ ଘରେ ପରିଚିତ l ମାନିପ୍ଲାଣ୍ଟରେ କାର୍ବନ ଡାଇଅକ୍ସାଇଡ ଗ୍ରହଣ କରିବାର କ୍ଷମତା ଅଛି l ଯାହା ବହୁତ ସହଜରେ ଅକ୍ସିଜେନକୁ ବାହାର କରେ l ଏହା କାର୍ବନ ଡାଇଅକ୍ସାଇଡକୁ କମ କରି ସୁଦ୍ଧ ଅକ୍ସିଜେନ ପ୍ରଦାନ କରେ l ଆପଣ ମାନିପ୍ଲାଣ୍ଟର ଗଛକୁ କୁଣ୍ଡ କିମ୍ବା ବୋତଲ ଭିତରେ ଲଗାଇ ପାରିବେ l

* ଏରେକାପାମ- ଏରେକାପାମକୁ ଆପଣ ଘର ଭିତରେ ଲଗାଇବା ଆବଶ୍ୟକ l ଏହା ଏକ ଇଣ୍ଡୋର ପ୍ଲାଣ୍ଟ ଅଟେ ,ଏହି ଗଛ ମୂଳରେ ଦିନକୁ ଦୁଇଥର ପାଣିଦେବେ ଓ ୨ ଘଣ୍ଟା ପାଇଁ ଖରାରେ ରଖିବେ l ଏରେକାପାମରେ କାର୍ବନ ଡାଇଅକ୍ସାଇଡକୁ ସିଧା ସଳଖ ଅକ୍ସିଜେନରେ ପରିବର୍ତନ କ୍ଷମତା ରହିଛି l

* ପାଇନପ୍ଲାଣ୍ଟ- ପାଇନପ୍ଲାଣ୍ଟକୁ ଅଧିକାଂଶ ଘରେ ଆମେ ଦେଖିବାକୁ ପାଉ l ପାଇନପ୍ଲାଣ୍ଟ ବାୟୁକୁ ସୁଦ୍ଧ କରେ l ଏହାକୁ ଆପଣ ଘର ଭିତରେ ଓ ଘର ବାହାରେ ରଖିପାରିବେ l

* ମଦର ଇନ ଲୋ ଟଙ୍ଗ-ଏହା ଏକ ଏପରି ଗଛ ଯାହା ଘରଭିତରର ପ୍ରଦୂଷଣକୁ କମ କରିଥାଏ ଓ ଅକ୍ସିଜେନ ସ୍ତରକୁ ବଢ଼ିଥାଏ l ମଦର ଇନ ଲୋ ଟଙ୍ଗ ଗଛକୁ ଆପଣ ହାଲୁକା ଖରାପଡୁଥିବା ସ୍ଥାନରେ ମଧ୍ୟ ରଖିପାରିବେ l ଏହି ଗଛଟିରେ ଅଧିକ ପାଣି ଦେବା ଆବଶ୍ୟକ ନାହିଁ l

* ଏଲୋଭେରା -ଏଲୋଭେରା ଔଷଧୀୟ ଗୁଣରେ ଭରପୁର ଅଟେ l ତ୍ୱଚା ଓ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ବାୟୁକୁ ମଧ୍ୟ ସୁଦ୍ଧ କରିଥାଏ l ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଏଲୋଭେରା ଗଛ ଦେଖିବାକୁ ମିଳେ l ଆପଣଙ୍କୁ କହିରଖୁଛୁକି ଏଲୋଭେରା ଗୋଟିଏ ଏପରି ଗଛ ଯାହାକୁ ଆପଣ ଘର ଭିତରେ ଓ ବାହାରେ ଉଭୟ ସ୍ଥାନରେ ରଖି ପାରିବେ l ଘର ଭିତରେ ଏହାକୁ ଲଗାଇବା ଦ୍ୱାରା ବାୟୁ ପ୍ରଦୂଷଣ ହୋଇନଥାଏ ଓ ଭାଲ ନିଦ ହୋଇଥାଏ l ଏହା ଛଡ ଏଲୋଭେରା ଗଛ କେତେଗୁଡିଏ ରୋଗରୁ ମଧ୍ୟ ଦୁରେଇ ରଖିଥାଏ l

Show More

Related Articles

Back to top button