Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦୁବାଇରେ ମୋଦି- ପ୍ରଚଣ୍ଡଙ୍କର ହୋଇପାରେ ଅନୌପଚାରିକ ଭେଟଘାଟ

କାଠମାଣ୍ଡୁ- ଜଳବାୟୁ ପରିବରତ୍ତନ ସଂକ୍ରାନ୍ତୀୟ ମିଳିତ ଜାତିସଂଘର 28ତମ ସମ୍ମିଳନୀରେ ଯୋଗ ଦେବାକୁ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦାହାଲ ପ୍ରଚଣ୍ଡ ବୁଧବାର ବିଳମ୍ବିତ ରାତିରେ ଦୁବାଇ ଗସ୍ତ କରିଛନ୍ତି ।
ଏହି ସମ୍ମିଳନୀରେ ଶନିବାର ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ । ପ୍ରଧାନମନ୍ତ୍ରୀଙ୍କ ସଚିବ ଗଙ୍ଗା ଦାହାଲ କହିଛନ୍ତି ଯେ, ଏହି ସମ୍ମିଳନୀରେ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁଏଇ ବିଜନେସ ସମିଟକୁ ସମ୍ବୋଧନ କରିବେ । ଏହାସହିତ ୟୁଏଇର ବିଜନେସ୍ କମ୍ୟୁନିଟି ଓ ସେଠାରେ ରହୁଥିବା ନେପାଳ କମ୍ୟୁନିଟି ସହିତ ସାକ୍ଷାତ କରିବେ ।
ସିଓପି-28 ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା କିଛି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସାକ୍ଷାତ କରିବେ ପିଏମ । 4ଦିନିଆ ଦୁବାଇ ଗସ୍ତ କାଳରେ ପିଏମ ପ୍ରଚଣ୍ଡଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟଘାଟ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button