ଖେଳଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଲୁସାନେ ଡାଇମଣ୍ଡ ଲିଗ ଜିତି ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା

ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ଆଜି ଲୁସାନେ ଡାଇମଣ୍ଡ ଲିଗ ରେ ଶ୍ରେଷ୍ଠ ପ୍ରଦର୍ଶନ କରି ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ପ୍ରୟାସରେ ଜାଭେଲିନକୁ ୮୯.୦୮ ମିଟର ଦୂରରେ ଫିଙ୍ଗି ଲୁସାନେ ଡାଇମଣ୍ଡ ଲିଗର ଏହି ଟାଇଟଲ ହାତେଇଛନ୍ତି ସେ । ତେବେ ଏହା ତାଙ୍କ ଏହା ତାଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ।

ଏହି ଡାଇମଣ୍ଡ ଲିଗ୍ ଟାଇଟଲ ଜିତି ସେପ୍ଟେମ୍ବର ୭ ଓ ୮ ରେ ସୁଇଜରଲ୍ୟାଣ୍ଡର ଜ୍ୟୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗର ଫାଇନାଲରେ ପ୍ରବେଶ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନୀରଜ ଏବଂ ଏଥିସହିତ ୨୦୨୩ରେ ବୁଦାପେଷ୍ଟରେ ଖେଳା ଯିବାକୁ ଥିବା ବିଶ୍ୱ ଚାମ୍ପିୟନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ ଚାମ୍ପିୟନସିପରେ ଯୋଗ୍ୟତା ପାଇଁ ୮୫.୨୦ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା । ନୀରଜଙ୍କ ପୂର୍ବରୁ ବିକାଶ ଗୌଡ଼ା ପ୍ରଥମ ଭାରତୀୟ ଭାବେ ୨୦୧୨ ନ୍ୟୁୟର୍କ ଡାଇମଣ୍ଡ ଲିଗ୍ ଓ ୨୦୧୪ ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ୨୦୧୫ ସଙ୍ଘାଇ ଓ ୟୁଜେନେରେ ସେ ତୃତୀୟ ସ୍ଥାନରେ ରହିଥିଲେ । କିନ୍ତୁ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗରେ ଚାମ୍ପିୟନ ହୋଇଛନ୍ତି ।

 

Show More

Related Articles

Back to top button