Breaking PLUSଓଡ଼ିଶାମୁଖ୍ୟ ଖବର

ବାଘଛାଲ ଜବତ, ତିନି ଶିକାରୀ ଗିରଫ

ଭୁବନେଶ୍ୱର, 4 ଡିସେମ୍ବର – ନୟାଗଡ ଦଶପଲ୍ଲାରୁ କଲରପତରିଆ ବାଘଛାଲ ଜବତ ହୋଇଛି । ଏହି ଘଟଣାରେ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସାତକୋଶିଆ ବନ୍ୟ ପ୍ରାଣୀ ସଂରକ୍ଷଣ ବିଭାଗ ତରଫରୁ ଚଢ଼ାଉ କରି ବାଘଛାଲ ସହ ତିନି ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନିଲ କୁମାର ଜେନା, ସୁବାଷ ଚନ୍ଦ୍ର ଜେନା ଓ ଆକାଶ ମଲ୍ଲିକ । ସମସ୍ତ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ବୋଲି ଡିଏଫଓ ଫାଲଗୁନି ସାରଥୀ ମଲ୍ଲିକ ସୂଚନା ଦେଇଛନ୍ତି ।

Show More

Related Articles

Back to top button