Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦ ନ୍ୟୁୟର୍କ ଟାଇମ୍ସ ବିଶ୍ଲେଷଣରେ ବିଜୟର ହିରୋ ହେଉଛନ୍ତି ପିଏମ ମୋଦି

ନୂଆଦିଲ୍ଲୀ, 4 ଡିସେମ୍ବର – ଆମେରିକାର ପ୍ରମୁଖ ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସ ନିଜ ବିଶ୍ଲେଷଣରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ବିଜୟ ପାଇଁ ହିରୋ କହିଛି । 5ଟି ରାଜ୍ୟରେ ନିର୍ବାଚନ ବିଜେପି ପାଇଁ ଏକ ବଡ ପରୀକ୍ଷା ଥିଲା । ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ଏକ ପ୍ରମୁଖ ଜନବହୁଳ ଅଞ୍ଚଳରେ ନିଜର ପ୍ରଭୁତ୍ୱ ବିସ୍ତାର କରିଛି ।
ଦ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନର ଫଳାଫଳ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ଏକ ବଡ ଝଟ୍‌କା ଅଟେ । କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିଠାରୁ ପରାସ୍ତ ହୋଇଛି । ତେଲେଙ୍ଗାନାରେ ଏକ ଛୋଟ ଆଞ୍ଚଳିକ ଦଳ ବିରୁଦ୍ଧରେ ବିଜୟ ହାସଲ କରିଛି କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଏବେବି ମଜବୁତ ସ୍ଥିତିରେ ଅଛନ୍ତି । ଖବର କାଗଜର ଆକଳନ ମୁତାବକ, ଜନୁୟାରୀରେ ଅଯୋଧ୍ୟାରେ ରାମମନ୍ଦିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢିଯିବ ।

Show More

Related Articles

Back to top button