Breaking PLUSଓଡ଼ିଶାମୁଖ୍ୟ ଖବର

ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି- ପ୍ରଦୀପ ପୁରୋହିତ

ଭୁବନେଶ୍ୱର, 4 ଡିସେମ୍ବର – ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । ଛତିଶଗଡରେ ବିଜେପିକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି । ପଶ୍ଚିମ ଓଡ଼ିଶାର ବିଜେଡି ନେତା, ମନ୍ତ୍ରୀ ମାନେ ପ୍ରାଣପଣେ ଚେଷ୍ଟା କରିଥିଲେ । ଛତିଶଗଡ଼ ଗସ୍ତ କରି ଲୋକଙ୍କୁ କହୁଥିଲେ ବିଜେପି ବିରୋଧରେ ଭୋଟ ଦିଅ । ଗତ ନିର୍ବାଚନରେ ବି ଟଙ୍କା ଲଗାଇଥିଲେ । କଂଗ୍ରେସ ଜିତିବାରୁ ବିଜେଡି ଖୁସି ଥିଲା । ବିଜେଡି ପଇସା ଲଗେଇଛି, ପ୍ରଚାର ବି କରିଛି ତା ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଓଡ଼ିଶାରେ 2024ରେ ବିଜେପି ସରକାର ହେବ ଏହାକୁ କେହି ଅଟକାଇ ପାରିବେନି । 3 ରାଜ୍ୟର ଫଳାଫଳ ବିଜେଡି ପାଇଁ ମୃତ୍ୟୁ ଘଣ୍ଟି । ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି । ଛତିଶଗଡ଼ ଫଳାଫଳ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

Show More

Related Articles

Back to top button