Breaking PLUSଦେଶମୁଖ୍ୟ ଖବରରାଜନୀତି

ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ଅବଧି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବୃଦ୍ଧି

ନୂଆଦିଲ୍ଲୀ, 4 ଡିସେମ୍ବର- ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ସତ୍ୟେନ୍ଦ୍ରଙ୍କ ଜାମିନ ପିଟିସନ ଉପରେ ଶୁଣାଣି କରୁଥିବା ଜଷ୍ଟିସ ଏଏସ ବୋପନ୍ନା ଅନୁପସ୍ଥିତ କାରଣରୁ ଶୁଣାଣି ହୋଇପାରିନାହିଁ । ତେଣୁ କୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ତାଙ୍କ ଅନ୍ତରୀଣ ଜାମିନକୁ ବୃଦ୍ଧି କରିଛନ୍ତି ।
ଜେଲରେ ମଧ୍ୟ ସତ୍ୟେନ୍ଦ୍ରଙ୍କ ଶୁଣାଣି ହୋଇପାରିବ ବୋଲି ଅକ୍ଟୋବର 19ରେ ଇଡି ପକ୍ଷରୁ କୁହାଯାଇଥିଲା । ତେଣୁ ସତ୍ୟେନ୍ଦ୍ରଙ୍କ ଜାମିନ ରଦ୍ଦ କରିବାକୁ ଇଡି ପକ୍ଷରୁ ଦାବି ହୋଇଥିଲା ।

Show More

Related Articles

Back to top button