Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶର 16ତମ ବିଧାନସଭାର ବାଚସ୍ପତି ହେଲେ ନରେନ୍ଦ୍ର ସିଂହ ତୋମାର

ଭୋପାଳ, 20 ଡିସେମ୍ବର – ମଧ୍ୟପ୍ରଦେଶ ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବିଧାୟକ ନରେନ୍ଦ୍ର ସିଂ ତୋମାର ନିର୍ଦ୍ୱନ୍ଦ୍ୱରେ ମଧ୍ୟପ୍ରଦେଶର 16ତମ ବିଧାନସଭାର ବାଚସ୍ପତି ଭାବେ ମନୋନିତ ହେଇଛି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦ, ପ୍ରୋଟେମ ସ୍ପିକର ଗୋପାଳ ଭାର୍ଗଭଙ୍କ ସହିତ ଶାସକ ଦଳ ଓ ବିରୋଧୀ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
16ତମ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନ ବୁଧବାର ସକାଳ 11ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ପ୍ରୋଟେମ ସ୍ପିକର ଗୋପାଳ ଭାର୍ଗଭ ବିଧାନସଭା ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ପୂରଣ କରିଥିଲେ । ଏଥିରେ ସର୍ବ ସମ୍ମତି କ୍ରମେ ନରେନ୍ଦ୍ର ସିଂହ ତୋମାରଙ୍କୁ ବାଚସ୍ପତି ଭାବେ ଚୟନ କରାଯାଇଥିଲା ।

Show More

Related Articles

Back to top button