Breaking PLUSଦେଶମୁଖ୍ୟ ଖବରରାଜନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ, 20 ଡିସେମ୍ବର – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ସହିତ ପିଏମ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଭେଟଘାଟ ନେଇ ଫଟୋ ଶେୟାର କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ମମତା ବାନାର୍ଜୀ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଠିକ୍ ସମୟରେ ଫଣ୍ଡ ଦିଆଯାଉନଥିବା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ସାକ୍ଷାତ ସମୟରେ ଉଠାଇଥିଲି । ଏବଂ କେନ୍ଦ୍ର ଓ ରାଜ୍ୟର ଅଧିକାରୀ ଏହି ପ୍ରସଙ୍ଗକୁ ନେଇ ମିଳିତ ବୈଠକ କରିବେ ବୋଲି ପିଏମ ମୋଦି ଆଶ୍ୱାସନା ଦେଇଛନ୍ତି । ମମତା କହିଛନ୍ତି ଯେ, ଗରିବ ଲୋକଙ୍କର ଏକ ଲକ୍ଷ 16ହଜାର କୋଟି ଟଙ୍କା କେନ୍ଦ୍ର ସରକାର ରୋକିଛନ୍ତି । ଏହି ପ୍ରସଙ୍ଗକୁ ନେଇ ପିଏମଙ୍କ ସମ୍ମୁଖରେ ରାଜ୍ୟ ନିଜ ପକ୍ଷ ରଖିଛି ।

Show More

Related Articles

Back to top button