ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ବଦ୍ରିନାଥ ଦର୍ଶନ କରି ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦାନ କଲେ ମୁକେଶ ଅମ୍ବାନୀ

ବଦ୍ରିନାଥ ଦର୍ଶନ କରି ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦାନ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚେୟାରମ୍ୟାନ୍ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ । ଯେଉଁଥିରୁ ଅଢ଼େଇ କୋଟି ବଦ୍ରିନାଥ ଏବଂ ଅଢ଼େଇ କୋଟି କେଦାରନାଥ ମନ୍ଦିରର ଧାର୍ମିକ କାର୍ଯ୍ୟପାଇଁ ଦିଆଯାଇଛି । ଏଥିପାଇଁ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,ଗତ ଗୁରୁବାର ମୁକେଶ ଅମ୍ବାନୀ ବଦ୍ରିନାଥରେ ପୂଜା-ଅର୍ଚ୍ଚନା କରିବା ସହ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦାନ କରିଛନ୍ତି । ଏହାସହ ବଦ୍ରିନାଥ ଏବଂ କେଦାରନାଥରେ ସଞ୍ଚାର ସେବା ବିଷୟରେ ମଧ୍ୟ ପଚାରିବୁଝିଥିଲେ । ଏବେ ବଦ୍ରିନାଥ ଧାମ ଏବଂ କେଦାରନାଥରେ ଟେଲିକ୍ ସେବା ପାଇଁ ତୀର୍ଥଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବନି ।

ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ମିଡିଆ ପ୍ରଭାରୀ ଡା.ହରିଶ ଗୌଡ଼ କହିଛନ୍ତି ଯେ ,ମୁକେଶ ଅମ୍ବାନୀ କେଦାରନାଥ ଏବଂ ବଦ୍ରିନାଥରେ ଶୀଘ୍ର ଜିଓ ୫ଜି ସେବା ଆରମ୍ଭ କରିବାନେଇ କହିଛନ୍ତି । ଏଥିପାଇଁ ମୋବାଇଲ ଟାୱାରକୁ ଅପଗ୍ରେଡ କରାଯିବ ।

Show More

Related Articles

Back to top button