ଦେଶସ୍ୱତନ୍ତ୍ର

୫ଜି ସେବା ଲଞ୍ଚ ପରେ ଏହି ୧୨ଟି ରିଜାର୍ଜ ପ୍ଲାନ୍ ବନ୍ଦ୍ କଲା ଜିଓ

ଗତ କିଛିଦିନ ପୂର୍ବରୁ କିଛି ସହରରେ ନିଜର ୫ଜି ସେବା ଲଞ୍ଚ କରିଛି ଦେଶର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ । ଦେଶରେ ୫ଜି ସେବା ଲଞ୍ଚ ପରେ କମ୍ପାନୀ ଅଫିସିଆଲ ୱେବସାଇଟରୁ ହଠାତ୍ ୧୨ଟି ରିଜାର୍ଜ ପ୍ଲାନ୍ ବନ୍ଦ୍ କରିଜେଇଛି ଜିଓ ।  ୧୫୧ ଟଙ୍କାରୁ ଆରମ୍ଭ କରୁ ୩,୧୧୯ ପର୍ଯ୍ୟନ୍ତ ସମସ୍ତ ପ୍ଲାନକୁ ରିମୁଭ କରାଯାଇଛି । ଏଥିରେ ରେଗୁଲାର ରିଚାର୍ଜ ପ୍ଲାନ ଠାରୁ ଆରମ୍ଭ କରି ଡାଟା ଆଡ ଅନ୍ସ ସାମିଲ ରହିଛି ।

ଜିଓର ଅନେକ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଏକବର୍ଷ ପାଇଁ ଡିସନେ ପ୍ଲସ ହଟଷ୍ଟାର ମୋବାଇଲ ସବସ୍କ୍ରିପସନ ମିଳିଥାଏ । କିଛି ପ୍ଲାନ୍ସରେ ଏହି ସବସ୍କ୍ରିପସନ ୩ ମାସ ପାଇଁ ମିଳିଥାଏ । କମ୍ପାନୀ ଏକ ଡଜନ ପ୍ଲାନ୍ସକୁ ବନ୍ଦ କରିଦେଇଥିବା ବେଳେ ଦୁଇଟି ପ୍ଲାନ ସହିତ ଏବେ ବି ଡିସନେ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ମିଳୁଛି । ଏହି ଦୁଇଟି ପ୍ଲାନ୍ସ ବହୁତ ମହଙ୍ଗା ଅଟେ । ଏଥିରେ ୟୁଜର୍ସଙ୍କୁ ଡିସନେ ପ୍ଲସ ହଟଷ୍ଟାରର ପ୍ରିମିୟମ ସବସ୍କ୍ରିପସନ ମିଳିଥାଏ ।

କମ୍ପାନୀ ବନ୍ଦ କରିଦେଇଥିବା ପ୍ଲାନଗୁଡିକ ମଧ୍ୟରେ ରହିଛି, ୧୫୧, ୫୫୫ ଓ ୬୫୯ ଟଙ୍କିଆ ଡାଟା ଆଡ ଅନ ପ୍ଲାନ, ୩୩୩ ଟଙ୍କିଆ ଡିସନେ ପ୍ଲସ ହଟଷ୍ଟାର ରିଚାର୍ଚ୍ଚ ପ୍ଲାନ, ୪୯୯, ୫୮୩, ୬୦୧, ୭୮୩ ଟଙ୍କିଆ ରିଚାର୍ଜ ପ୍ଲାନ, ୭୯୯ ଓ ୧୦୬୬ ଟଙ୍କିଆ ପ୍ଲାନ, ୨୯୯୯ ଓ ୩୧୧୯ ଟଙ୍କିଆ ରିଚାର୍ଜ ପ୍ଲାନ । ଏହିସବୁ ପ୍ଲାନ୍ସ ଡିସନେ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ସହିତ ଆସୁଥିଲା । ତେବେ ଏହି ସମସ୍ତ ପ୍ଲାନ୍ସ ଏବେ ୱେବସାଇଟରେ ନଥିଲେ ହେଁ ସମ୍ଭତଃ ଏଗୁଡ଼ିକୁ ପୁନର୍ବାର ଲିଷ୍ଟ କରାଯାଇପାରେ ।

Show More

Related Articles

Back to top button