ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ମୈଦାନରେ ବିଜେପିର ସୂର୍ଯ୍ୟ ବଂଶୀ ସୂରଜ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି। ତେବେ ଅବନ୍ତୀ ବିଜେଡିର ପ୍ରାର୍ଥୀ ହେବା ପରେ ଚରମ ସୀମାରେ ପହଞ୍ଚିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ। ଟିକଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ସେ ସ୍ୱାଧୀନ ଭାବେ ନାମାଙ୍କନ କରିବେ କି ନାହିଁ ତା ଉପରେ ‌ଆଜି ସମସ୍ତଙ୍କ ନଜର ରହିଛି। ଧାମନଗରବାସୀ, ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ଯାହା ନିଷ୍ପତ୍ତି ଜଣାଇବେ, ତାକୁ ସ୍ୱାଗତ କରିବେ ବୋଲି ରାଜୁ ବାରମ୍ବାର କହୁଛନ୍ତି। ରାଜେନ୍ଦ୍ର ଦାସ ଯଦି ସ୍ୱାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି, ବିଜେଡିରେ ଗୋଟେ ବଡ଼ ଧରଣର ବିଦ୍ରୋହ ହେବ। ରାଜୁଙ୍କ ଉପସ୍ଥିତିରେ ଯଦିଓ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା ଓ ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ।  ହେଲେ ଭୁବନେଶ୍ୱର ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା। ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ। ଏପରିକି ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ।  ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡିର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଛି।

 

Show More

Related Articles

Back to top button