Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି କଂଗ୍ରେସ କର୍ମୀ । ତୈଳ ତଥା ବିଭିନ୍ନ ଜିନିଷର ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ କରି ଅପରାଜିତାଙ୍କ ଗାଡିକୁ ଅଣ୍ଡା ମାଡ କରିଥିବା କଂଗ୍ରେସ କହିଛି । ସାଂସଦ ବିଭିନ୍ନ ପ୍ରସଙ୍ଗରେ ମତ ଦେଉଥିବାବେଳେ ଦରଦାମ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଉ ନଥିବାରୁ କଂଗ୍ରେସ ପକ୍ଷରୁ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିବା ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି ।

ସୂଚନା ମୁତାବକ ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସାଂସଦଙ୍କୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା । ରାଜ୍ୟରେ ମମିତା ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ସରକାରୀ ଦଳର ବିଭିନ୍ନ ନେତା ଏବଂ ମନ୍ତ୍ରୀ ମାନଙ୍କୁ ଅଣ୍ଡା ମାଡ ଆରମ୍ଭ ହୋଇଥିବାବେଳେ ଏହାକୁ ପିଛା କରି କଂଗ୍ରେସ ମଧ୍ୟ ପ୍ରଥମେ ବିଜେଡି ନେତା ଏବେ ବିଜେପି ନେତା ମାନଙ୍କ ମଧ୍ୟ ଅଣ୍ଡା ମାଡ ଅଭିଯାନ କରିଛି । ଏହି ଅଣ୍ଡା ମାଡ ପ୍ରତିଯୋଗିତାରେ ସରକାରୀ ଦଳ ବିଜେଡି ମଧ୍ୟ ପଛରେ ପଡି ନାହିଁ । ବିଜେଡି ପକ୍ଷରୁ କିଛି ଦିନ ତଳେ କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେସର ଟୁଡୁଙ୍କୁ ଅଣ୍ଡା ମାଡ କରାଯାଇଥିଲା ।

Show More

Related Articles

Back to top button