Breaking PLUSଦେଶମୁଖ୍ୟ ଖବର

ଆନ୍ନା ହଜାରେ ଅସୁସ୍ଥ

ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଅସୁସ୍ଥ । ଆଜି ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ୮୪ ବର୍ଷୀୟ ଆନ୍ନା ଅନେକ ବଡ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।୨୦୧୧ ଜନ ଲୋକପାଳ ବିଲ ନେଇ କରିଥିବା ଆମରଣ ଅନଶନ ତାଙ୍କୁ ସମସ୍ତଙ୍କ ଆଗରେ ଲୋକପ୍ରିୟ କରାଇଥିଲା ।

ପଦ୍ମ ଭୂଷଣ ସମ୍ମାନର ଅଧିକାରୀ ଆନ୍ନା ହଜାରେ ବିଭିନ୍ନ ସମାଜସେବୀଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ସୂଚନା ଅଧିକାର ନିୟମ ଲାଗୁ କରିବା ପାଇଁ ମଧ୍ୟ ସେ ଆନ୍ଦୋଳନ କରିଥିଲେ । ତାଙ୍କର ୨୦୧୧ ଅନଶନ କଂଗ୍ରେସ ପାଇଁ କାଳ ସାଜିଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ।

Show More

Related Articles

Back to top button