ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ନିଜ ଜନ୍ମିତ ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’

ଅକୋଲା: ମା’ ସାଜିଲା ପିଶାଚୀ। ନିଜ ଜନ୍ମିତ ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। ମାତ୍ର ୨୦ ଦିନ ତଳେ ନିଜ ଗର୍ଭରୁ ଯେଉଁ ଝିଅକୁ ଜନ୍ମ ଦେଇଥିଲା, ତା’କୁ ହତ୍ୟା କରିବାକୁ ପଛାଇ ନାହିଁ ୨୬ ବର୍ଷୀୟ ମା’। ଝିଅ ଜନ୍ମ ହେବା ପରଠାରୁ ଅସୁସ୍ଥ ରହୁଥିବାରୁ ଏଥିରେ ଅତିଷ୍ଠ ହୋଇ ମା’ ତା’କୁ ହତ୍ୟା କରିଥିବା କୁହାଯାଉଛି। ମହାରାଷ୍ଟ୍ରର ଅକୋଲାରେ ଏପରି ଏକ ଘଟଣା ଘଟିଥିବା ବେଳେ ପୁଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି।

ପୁଲିସ୍‌ କହିବାନୁସାରେ ୱାଡି ଆମଦପୁର ଗାଁରେ ରହୁଥିବା ୨୬ ବର୍ଷୀୟ ମହିଳା ତା’ର ଜଣେ ସମ୍ପର୍କୀୟଙ୍କ ସହ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଗତ ମାସରେ ତେଲହାରା ଗ୍ରାମଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲା। ତେବେ ସେଠାରେ ୨୦ ଦିନ ତଳେ ଜନ୍ମ ହୋଇଥିବା ଶିଶୁର ଅବସ୍ଥା ଗୁରୁତର ହେବାରୁ ତା’କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।

ତେବେ ହସ୍ପିଟାଲରେ ଶିଶୁକନ୍ୟା ପହଞ୍ଚିଲା ବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ପ୍ରାଥମିକ ଅବସ୍ଥାରେ ଅସୁସ୍ଥତା କାରଣରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା। ତେବେ ଶବବ୍ୟବଚ୍ଛେଦ ପରେ ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

ହେଲେ ମା’ ଜଣ କାହିଁକି ଏପରି କାଣ୍ଡ ଘଟାଇଲା, ସେକଥା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବାରମ୍ବାର ଅସୁସ୍ଥତା କାରଣରୁ ଝିଅକୁ ସେ ହତ୍ୟା କରିଥିବା କୁହାଯାଉଛି। ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମା’କୁ ଆଇପିସିର ଧାରା ୩୦୨ ବଳରେ ଗିରଫ କରିଛି।

 

Show More

Related Articles

Back to top button